୨୧୦୦ ମସିହା ବେଳକୁ ପ୍ରଳୟ?

ସମୁଦ୍ର ପାଣିରେ ଅଙ୍ଗାରକାମ୍ଳ ବାଷ୍ପର ମାତ୍ରା ଏତେ ମାତ୍ରାରେ ବଢ଼ିଚାଲିଛି ଯେ, ଏହାକୁ ନିୟନ୍ତ୍ରିତ କରାଯାଇ ନ ପାରିଲେ, ୨୧୦୦ ବେଳକୁ ପୃଥିବୀ ପ୍ରଳୟର ସମ୍ମୁଖୀନ ହେବ। ଏହାର ପରିଣାମସ୍ୱରୂପ ଷଷ୍ଠ ଥର ପାଇଁ ସାମୂହିକ ବିଲୋପନ ଘଟିବ। ଗତ ଚଉବନ କୋଟି ବର୍ଷର ବୈଜ୍ଞାନିକ ତଥ୍ୟାବଳୀ ଆଧାରରେ ‘ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି’ର ଗବେଷକମାନେ ଏହି ଚେତାବନୀ ଦେଇଛନ୍ତି। ଅଙ୍ଗାରକାମ୍ଳ ବାଷ୍ପର ଭୟାବହତା ବାବଦରେ ସର୍ବତ୍ର ସଚେତନତା ସୃଷ୍ଟି କରାଯାଉଥିଲେ ହେଁ ଦେଶ-ଦେଶ ମଧ୍ୟରେ ସହମତି ଅଭାବରୁ, ଏହାର ବୃଦ୍ଧି ରୋକାଯାଇପାରୁନାହିଁ। ଅଙ୍ଗାରକାମ୍ଳ ଚକ୍ରରେ ଅନିୟମିତତା କାରଣରୁ ପୃଥିବୀ ପ୍ରଳୟର ସାମନା କରିବା, ପ୍ରଥମ ଥର ପାଇଁ ଘଟିବାକୁ ଯାଉନାହିଁ। ଶେଷ ଥର ପାଇଁ ୬.୬ କୋଟି ବର୍ଷ ତଳେ ଏ ଭଳି ଘଟିଥିଲା, ଯାହାର ପରିଣାମ ସ୍ୱରୂପ ପୃଥିବୀ ପୃଷ୍ଠରୁ ଚାରି ଭାଗରୁ ତିନି ଭାଗ ପ୍ରାଣୀ ଓ ଉଦ୍ଭିଦ ଲୋପପାଇଯାଇଥିଲେ।

ସମ୍ବନ୍ଧିତ ଖବର