ଜିମରେ ଥିବା ସାମଗ୍ରୀକୁ ଏକାଠି କରି ବିଶାଳ ଶିବଲିଙ୍ଗ ତିଆରି କଲେ ମାଲିକ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପ୍ରତିଭା ତାଙ୍କ ଚିନ୍ତାଧାରା ଦ୍ୱାରା ପ୍ରକାଶିତ ହୋଇଥାଏ। ନିକଟରେ ଜଣେ ଜିମ ମାଲିକଙ୍କ ଅନନ୍ୟ ପ୍ରତିଭା ଦେଖିବାକୁ ମିଳୁଛି। ସେ ଜିମରେ ବ୍ୟବହୃତ ହେଉଥିବା ସାମଗ୍ରୀ ବ୍ୟବହାରକାରୀ ଶିବଲିଙ୍ଗ ପ୍ରସ୍ତୁତ କରିଛନ୍ତି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଜିମ ମାଲିକଙ୍କ ପ୍ରତିଭାକୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

ନିକଟରେ ଭାଇରାଲ ହେଉଥିବା ଏହି ଫଟୋ ମଧ୍ୟପ୍ରଦେଶର ଗ୍ୱାଲିଅରର ବୋଲି କୁହାଯାଉଛି । ଏଠାରେ ଜଣେ ଜିମ୍ ମାଲିକ ଜିମ୍ ଭିତରେ ଏକ ସ୍ୱତନ୍ତ୍ର ଶିବଲିଙ୍ଗ ସୃଷ୍ଟି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବାସ୍ତବରେ, ଜିମର ମାଲିକ ଛୋଟଛୋଟ ଡମ୍ବଲ ଏବଂ ୱେଟ ପ୍ଲେଟ ସାହାଯ୍ୟରେ ଏକ ବିଶାଳ ଶିବଲିଙ୍ଗ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଫୁଲ ଓ ଦୀପ ଦେଇ ବି ପୂଜା କରିଥିବା ଦେଖିବାକୁ ମିଳୁଛି। ଏହି ଫଟୋ ସାମ୍ନାକୁ ଆସିବା ପରେ କିଛି ଲୋକ ଏହାକୁ ପୁରୁଣା ଫଟୋ ବୋଲି କହୁଛନ୍ତି। ଯାହାକି ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ତେବେ ସୋସିଆଲ ମିଡିଆ ବ୍ୟବହାରକାରୀ ଯୁବକଙ୍କ ଏଭଳି ପ୍ରତିଭାକୁ ବହୁ ମାତ୍ର‌ାରେ ସେୟାର କରିଛନ୍ତି। ଏଥିସହିତ କିଭଳି ଭାବେ ଜିମ ସାମଗ୍ରୀ ବ୍ୟବହାରକାରୀ ଶିବଲିଙ୍ଗ ତିଆରି କରିବା ଚିନ୍ତାଧାରା ମନକୁ ଆସିଲା ତାହା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି।

 

ସମ୍ବନ୍ଧିତ ଖବର