ଏହି ଦେବୀ ମନ୍ଦିରରେ ପଡ଼ିଥିଲା ୪୫୦ ପାକିସ୍ତାନୀ ବୋମା, ଗୋଟିଏ ବି ଫୁଟି ନଥିଲା !

0

ରାଜସ୍ଥାନ ଅନ୍ତର୍ଗତ ଜୈସଲମେରର ପ୍ରସିଦ୍ଧ ଦେବାଳୟଗୁଡ଼ିକ ମଧ୍ୟରେ ତନ୍ନୋଟ ମାତା ମନ୍ଦିର ଅନ୍ୟତମ। ପ୍ରାୟ ବାର ଶହ ବର୍ଷ ତଳେ ଭାଟୀ ତଣୁ ରାଓ୍ଵ ମନ୍ଦିର ତୋଳାଇଥିଲେ। ଏହି ମନ୍ଦିର ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ। ତନ୍ନୋଟ ମାତାଙ୍କ ଅନ୍ୟ ନାମ ଆଓ୍ଵଡ଼ ମାତା; ସେ ହିଂଗଲାଜ ମାତାଙ୍କ ଅବତାର। ପାକିସ୍ତାନର ବଲୂଚିସ୍ତାନରେ ହିଂଗଲାଜ ମାତାଙ୍କ ଶକ୍ତି ପୀଠ ଅବସ୍ଥିତ।

୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ପରଠାରୁ ‘ଭାରତୀୟ ସୀମା ସୁରକ୍ଷା ବଳ’ ବା ‘ବିଏସ୍‌ଏଫ୍‌’ ପକ୍ଷରୁ ଏହି ପ୍ରସିଦ୍ଧ ମନ୍ଦିରରେ ପୂଜା କାର୍ଯ୍ୟ କରାଯାଉଛି। କାରଣ, ଦେବୀଙ୍କ ଚମତ୍କାରୀ ଶକ୍ତି। ଯୁଦ୍ଧ ବେଳେ ପାକିସ୍ତାନୀ ସେନା ଆଗକୁ ବଢ଼ି, ମନ୍ଦିର ଚାରି ପାଖ ଦଖଲ କରିବା ସହ ଭୟଙ୍କର ବୋମା ବର୍ଷଣ କରିଥିଲା। ସମଗ୍ର ଅଞ୍ଚଳରେ ପ୍ରାୟ ତିନି ହଜାର ବୋମା ପଡ଼ିଥିଲା। ତନ୍ମଧ୍ୟରୁ ଚାରି ଶହ ପଚାଶଟି ମନ୍ଦିର ପରିସରରେ। ତେବେ, କୌଣସି ରହସ୍ୟମୟ କାରଣରୁ ସେଥିରୁ ଗୋଟିଏ ହେଲେ ବିସ୍ଫୋରିତ ହୋଇ ନ ଥିଲା। ଏହି ଅଲୌକିକତା ମାତାଙ୍କ ଯୋଗୁଁ ସଂଭବ ହୋଇଥିବା ବିଶ୍ୱାସ କରାଯାଏ। ଅଫୁଟା ବୋମାଗୁଡ଼ିକ ମନ୍ଦିର ନିକଟରେ ଥିବା ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି।

୧୯୭୧ ଯୁଦ୍ଧ ବେଳେ ଏହି ମନ୍ଦିରଠାରୁ କିଛି ଦୂରରେ ଥିବା ଲୋଂଗେଓ୍ଵାଲାରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଉକ୍ତ ଯୁଦ୍ଧରେ ପାକିସ୍ତାନୀ ସେନାର ଏକ ଟ୍ୟାଙ୍କ୍‌ ବାହିନୀ, ଭାରତୀୟ ସେନା ଦ୍ୱାରା ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଲୋଂଗେଓ୍ଵାଲାକୁ ‘ପାକିସ୍ତାନୀ ଟ୍ୟାଙ୍କ୍‌ ବାହିନୀର କବରସ୍ତାନ’ କହାଯାଏ। ଉକ୍ତ ଐତିହାସିକ ବିଜୟ ପରେ ଭାରତୀୟ ସେନା ପକ୍ଷରୁ ତନ୍ନୋଟ ମନ୍ଦିରରେ ବିଜୟ ସ୍ତମ୍ଭ ଛିଡ଼ାକରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.