ନୂଆଦିଲ୍ଲୀ: ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ବାୟୋପିକ୍ ଦେଖିବା ପରେ ଫେସ୍ବୁକ୍ର ନିର୍ମାତା ତଥା ସିଇଓ ମାର୍କ ଜୁକରବର୍ଗ ଓ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କାନ୍ଦି ପକାଇଛନ୍ତି। ସିଲିକନ୍ ଭ୍ୟାରିଠାରେ ସପ୍ତା ଶେଷରେ ମିଷ୍ଟର ମିଲ୍ନର୍ ଦ୍ୱାରା ଆୟୋଜିତ ଏକ ସ୍କ୍ରିନିଂ କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ଶୀର୍ଷକ ଥିଲା ‘ଦ ମ୍ୟାନ୍ ହୁ ନିଉ ଇନ୍ଫିନିଟି’।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ସ୍କ୍ରିନିଂରେ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ, ଗୁଗୁଲ୍ ନିର୍ମାତା ସର୍ଜି ବ୍ରିନ୍, ଫେସ୍ବୁକ୍ ନିର୍ମାତା ତଥା ସିଇଓ ମାର୍କ ଜୁକର୍ ବର୍ଗ, ଓକ୍ଲସ୍ ଭିଆର୍ର ସିଇଓ ବ୍ରେଣ୍ଡାନ୍ ଲିବ୍ରେ ଆଦି ନାମୀଦାମୀ ବ୍ୟକ୍ତି ଉପସ୍ଥିତ ଥିଲେ। ସେଠାରେ ସେମାନେ ଶ୍ରୀନିବାସ ରାମାନୁଜନଙ୍କ ବାୟୋପିକ୍ ଦେଖିବା ପରେ କାନ୍ଦି ପକାଇଥିଲେ।
/sambad/media/post_attachments/wp-content/uploads/2018/05/RV-AT191_bkrvma_J_20160629120352-300x200.jpg)
ମେସାନଙ୍କ ମଧ୍ୟରୁ ସୁନ୍ଦର ପିଚାଇ ଓ ମାର୍କ ଜୁକରବର୍ଗ ଗଣିତଜ୍ଞଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିବା ସମୟରେ ତାଙ୍କ ଗ୍ରାମ ତାମିଲ୍ନାଡୁ ଉପରେ ଥିବା ଏକ ଦୃଶ୍ୟରେ କାନ୍ଦି ପକାଇଥିଲେ।
ଏହି ଚଳଚ୍ଚିତ୍ରରେ ନାୟକ ଭୂମିକା ତୁଲାଇଥିଲେ ଅଭିନେତା ଦେବ ପଟେଲ୍, ଯିଏକି ରାମାନୁଜନଙ୍କ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ।
ଅଧାରୁ ପାଠ ପଢ଼ା ଛାଡ଼ିଥିବା ଗଣିତଜ୍ଞ ରାମାନୁଜନ ଆନାଲିସିସ୍, ନମ୍ବର ଥିଓରି, ଇନ୍ଫିନିଟି ସିରିଜ୍, ଏବଂ କଣ୍ଟିନିଉଡ୍ ଫ୍ରାକ୍ସନ ଆଦିରେ ନିଜର ନିପୂଣତା ପ୍ରଦର୍ଶନ କରିଛନ୍ତି। ସେ ୧୯୨୦ ମସିହାରେ ତାଙ୍କୁ ୩୨ ବର୍ଷ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Presentation1-8.jpg)