ମଥୁରା: ବିଦେଶରେ କାମ କରୁଥିବା ଜଣେ ଇଞ୍ଜିନିୟର ଲକ୍ଷାଧିକ ଟଙ୍କାର ପ୍ୟାକେଜକୁ ଛାଡ଼ି ଯୋଗୀରାଜ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଲିନ ହୋଇଯାଇଛନ୍ତି। ସେ ବୃନ୍ଦାବନରେ ରହି ରାଧାକୃଷ୍ଣଙ୍କ ଜପ କରିବାରେ ନିଜକୁ ହଜାଇ ଦେଇଛନ୍ତି।
ଇଞ୍ଜିନିୟର ଅମିତ ସିଂହ ଯିଏକି ବର୍ତ୍ତମାନ ଭକ୍ତି ବେଦାନ୍ତ ଦାମୋଦର ନାମରେ ଜଣାଶୁଣା। ଇଞ୍ଜିନିୟର ବାବା ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ କହିଛନ୍ତି, ‘ ମୋ ବାପା ଏକ ଏନଜିଓରେ କାମ କରନ୍ତି ଏବଂ ମାଆ ଜଣେ ଅଙ୍ଗନୱାଡି କର୍ମୀ। ମୁଁ ଲକ୍ଷ୍ନୌରେ ମୋର ଦ୍ବାଦଶଶ୍ରେଣୀ ପାଠପଢ଼ା ଶେଷ କରିବା ୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ଇଞ୍ଜିନିୟରିଂ କରିଥିଲି। ଇଞ୍ଜିନିୟରିଂ ଶେଷ ହେବାପରେ ମୁଁ ଚାକିରି ପାଇ ପୋଲାଣ୍ଡ ଚାଲିଯାଇଥିଲି। ସେଠାରେ ଲକ୍ଷାଧିକ ଟଙ୍କାର ଚାକିରି କରିବା ପରେ ବି ମୋତେ ସନ୍ତୁଷ୍ଟି ମିଳି ନଥିଲା।
ତେଣୁ ଘରେ କାହାକୁ କିଛି ନଜଣାଇ ମୁଁ ଚାକିରି ଛାଡ଼ି ବୃନ୍ଦାବନ ଚାଲି ଆସିଥିଲି। ଏଠାରେ କୃଷ୍ଣଙ୍କ ନାମ ଜପିବାରେ ଯେଉଁ ଖୁସି ଆଉ ସନ୍ତୋଷ ଅଛି ଆଜି ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ଏପରି ଖୁସି ମୋତେ ମିଳିନାହିଁ। ମୋର ଏବେ ଖୁସି ଓ ଆନନ୍ଦ ହେଉଛି କୃଷ୍ଣଙ୍କ ନାମ।
ଈଶ୍ୱରଙ୍କ ପ୍ରତି ଭକ୍ତି ସହିତ, ଆମେ ସ୍କୁଲ, କଲେଜ, ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟରେ ଲୋକଙ୍କ ନିକଟରେ ସନାତନ ଧର୍ମର ପ୍ରଚାର କରି ସନାତନକୁ ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛୁ।