ଝିଅ ବିବାହର ୨୪ଦିନ ପୂର୍ବରୁ ପିତା ସହିଦ ହେଲେ, ଦେବଦୂତ ସାଜିଲା ମଥୁରା ପୁଲିସ

ନୂଆଦିଲ୍ଲୀ: ବିପଦ ସମୟରେ ବନ୍ଧୁ ସାହାଯ୍ୟ କରିବା ବଦଳରେ ପର କରି ଦେଇଥିବାର ଅନେକ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମଥୁରାର ଏହି ଘଟଣା ବିଷୟରେ ଜାଣିଲେ ଲାଗିବ କି ଆଜି ବି ମଣିଷପଣିଆ ଜୀବିତ ଅଛି। ପ୍ରଧାନ ଆରକ୍ଷୀ ବିଜୟନାଥଙ୍କ ପୋଷ୍ଟିଙ୍ଗ ମଥୁରାର ଜେତ ଚୌକିରେ ହୋଇଥିଲା। ପ୍ରତିଦିନ ଭଳି ବିଜୟନାଥ ଡିୟୁଟିରେ ଥିଲେ।  କିନ୍ତୁ କାହାକୁ କ’ଣ ଜଣାଥିଲା ଏହି ଦିନ ତାଙ୍କ ଜୀବନର ଶେଷଦିନ ହେବ ବୋଲି!

ସେଦିନ ରାତିରେ କିଛି ଦୃର୍ବତ୍ତଙ୍କ ସଂପର୍କରେ ସୂଚନା ମିଳିବା ପରେ ସେ ନିଜ ବାଇକରେ ଅପରାଧୀଙ୍କୁ ଧରିବା ପାଇଁ ବାହାରି ଯାଇଥିଲେ। ଅପରାଧୀଙ୍କୁ ଧରିବା ସମୟରେ ପପୁ ଢ଼ାବା ନିକଟସ୍ଥ ବିଜୟନାଥଙ୍କ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ତେବେ ବିଜୟନାଥଙ୍କ ଝିଅ ବିବାହ ୨୦୧୯ ମଇ ୧୭ରେ ସ୍ଥିର ହୋଇଥିଲା। କିନ୍ତୁ ଝିଅ ବିବାହ ଦେଖିବା ପୂର୍ବରୁ ପିତା ସହିଦ ହୋଇଯାଇଥିଲେ। ଏପରି ସ୍ଥିତିରେ ପରିବାର .ଲୋକ କ’ଣ କରିବେ ଚିନ୍ତା କରିପାରୁ ନ ଥିଲେ।  ଏହାପରେ ଘରକୁ  ମଥୁରାର ବରିଷ୍ଠ ପୁଲିସ ଅଧୀକ୍ଷକ ଅନିରୁଦ୍ଧ ପଙ୍କଜଙ୍କ ଫୋନ୍‌ ଆସିଥିଲା ଓ ବିବାହ ପାଇଁ ପ୍ରସ୍ତୁତ ରହିବାକୁ ବିଜୟନାଥଙ୍କ ପତ୍ନୀ ବିନୀତାଙ୍କୁ ସେ କହିଥିଲେ। ପୁଲିସ ବିଭାଗ ୬.୨୦ଲକ୍ଷ ଟଙ୍କା ଏକାଠି କରି ସହିଦଙ୍କ କନ୍ୟାଙ୍କୁ ଧୁମ୍‌ଧାମ୍‌ରେ ବିବାହ କରାଇଥିଲେ।

ସମ୍ବନ୍ଧିତ ଖବର