ଦକ୍ଷିଣ ଆମେରିକା ଅନ୍ତର୍ଗତ ଓରିନୋକୋ ନଦୀ ଅବବାହିକାର ଏକ ବିସ୍ତୃତ ଅଞ୍ଚଳରେ ହଜାର ହଜାର ସ˚ଖ୍ୟକ ମାଟି କୁଦ ଦେଖାଯାଏ। ଦେଖିଲେ ଲାଗେ, ସତେ ଯେପରି ମଣିଷ ହାତରେ ଗଢ଼ା! ତେବେ, ପ୍ରକୃତରେ ସେଗୁଡ଼ିକ ଜିଆଙ୍କ ମଳରୁ ସୃଷ୍ଟ। ସେହି ଅଞ୍ଚଳରେ ଦେଖାଯାଉଥିବା ଜିଆମାନେ ଲମ୍ବରେ ତିନି ଫୁଟ୍‌ ପର୍ଯ୍ୟନ୍ତ ବଢ଼ନ୍ତି। ମାଟିରେ ଥିବା ଜୈବ ପଦାର୍ଥ ଖାଇ ସେମାନେ ମଳତ୍ୟାଗ କରନ୍ତି। ଆଉ ସର୍ବଦା ନିର୍ଦିଷ୍ଟ ସ୍ଥାନରେ ମଳତ୍ୟାଗ କରୁଥିବାରୁ, ଜମା ହୋଇହୋଇ ଏପରି ଅଭିନବ କୁଦ ପାଲଟିଯାଏ। କୁଦଗୁଡ଼ିକର ସର୍ବାଧିକ ଉଚ୍ଚତା ଛଅ ଫୁଟ୍‌ ଓ ଚଉଡ଼ା ଷୋହଳ ଫୁଟ୍‌। ଉଲ୍ଲେଖଯୋଗ୍ୟ ଯେ, ସେହି ଅଞ୍ଚଳରେ ପ୍ରତି ବର୍ଷ ବନ୍ୟା ଆସେ। କୁଦ ଯୋଗୁଁ ଜିଆଙ୍କ ସମେତ ଅନେକ ଛୋଟ-ବଡ଼ ପ୍ରାଣୀଙ୍କର କୌଣସି ସମସ୍ୟା ହୁଏନାହିଁ। ୧୯୪୦ରେ ପ୍ରଥମ ଥର ପାଇଁ କୁଦଗୁଡ଼ିକ ଆବିଷ୍କୃତ ହୋଇଥିଲା।