ରଥସ୍ଥିତଂ ବ୍ରଜନ୍ତଂ ତଂ ମହାବେଦୀ ମହୋତ୍ସବେ।
ଯେ ପଶ୍ୟନ୍ତି ମୁଦାଭକ୍ତ୍ୟା ବାସନ୍ତେଷାଂ ହରେଃ ପଦେ ାା
‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ’ରେ ଶ୍ରୀଗୁଣ୍ଡିଚାଯାତ୍ରାକୁ କୁହାଯାଇଛି ‘ମହାବେଦୀ ମହୋତ୍ସବ’। କାରଣ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ବମେଧ ଯଜ୍ଞ ଫଳରେ ମହୋଦଧିରେ ଯେଉଁ ଦିବ୍ୟ ଦାରୁ ଆବିର୍ଭୂତ ହୋଇଥିେଲ, ସେଥିରୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ହିଁ ଚତୁର୍ଦ୍ଧାମୂର୍ତ୍ତି ନିର୍ମିତ ହୋଇଥିଲେ। ସେହି ଦିବ୍ୟଦାରୁ ଥିଲେ ‘ଦ୍ରୁମରୂପୀ ବ୍ରହ୍ମ’। ସେହି ଚତୁର୍ଦ୍ଧାମୂର୍ତ୍ତି ଯେଉଁ ମହାବେଦୀରେ ଗୋପନ ଭାବରେ ନିର୍ମିତ ହୋଇଥିଲେ, ‘ସ୍କନ୍ଦପୁରାଣ’ରେ ତାହାକୁ କୁହାଯାଇଛି ‘ସୁଗୁପ୍ତ ମହାବେଦୀ’। ଏହାର ଅନ୍ୟନାମ ‘ଗୁଣ୍ଡିଚାମଣ୍ଡପ’। ତେଣୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ଗୁଣ୍ଡିଚା ମଣ୍ଡପ ଯାତ୍ରା।
ଏହି ଯାତ୍ରାର ସନ୍ଦର୍ଶନ ଯେ ପରମପୁଣ୍ୟପ୍ରଦ ଏ ସଂପର୍କରେ ଉପରୋକ୍ତ ସୁଭାଷିତରେ ବର୍ଣ୍ଣିତ ଅଛି। ସେଥିରେ କୁହାଯାଇଛି- ଏହି ମହାବେଦୀ ମହୋତ୍ସବ ସମୟରେ ରଥାରୂଢ଼ ଜଗନ୍ନାଥଙ୍କୁ ଯେଉଁମାନେ ଆନନ୍ଦପୂର୍ବକ ଭକ୍ତିଭାବରେ ଦର୍ଶନ କରନ୍ତି, ହରିଙ୍କ ପଦାରବିନ୍ଦରେ ସେମାନଙ୍କର ବାସ ହୁଏ।
କିନ୍ତୁ ଏହି ଗୁଣ୍ଡିଚାମନ୍ଦିରକୁ ଅନେକେ ‘ମାଉସୀମା ମନ୍ଦିର’ ବୋଲି କହିଥାଆନ୍ତି। ଏହା ଏକ ଗୁରୁତର ଭ୍ରମ। କାରଣ, ଗୁଣ୍ଡିଚାମନ୍ଦିର ହେଉଛି ଦାରୁବ୍ରହ୍ମଙ୍କର ମହାବେଦୀ। ଏହି ମନ୍ଦିରକୁ ଶ୍ରୀଜଗନ୍ନାଥାଦି ଦେବତା ରଥରେ ଯାତ୍ରା କରିବାର ଉତ୍ସବ ‘ମହାବେଦୀ ମହୋତ୍ସବ’।
ମାଉସୀ ମା’ ମନ୍ଦିର ନୁହେଁ ମହାବେଦୀ
‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ’ରେ ଶ୍ରୀଗୁଣ୍ଡିଚାଯାତ୍ରାକୁ କୁହାଯାଇଛି ‘ମହାବେଦୀ ମହୋତ୍ସବ’। କାରଣ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ବମେଧ ଯଜ୍ଞ ଫଳରେ ମହୋଦଧିରେ ଯେଉଁ ଦିବ୍ୟ ଦାରୁ....
/sambad/media/media_files/2025/06/27/fsdffsfda-2025-06-27-00-17-44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)