୯୨ବର୍ଷ ବୟସରେ ୫ମ ଥର ବିବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କୋଟିପତି ବ୍ୟବସାୟୀ

ନୂଆଦିଲ୍ଲୀ: ଶୀର୍ଷକ ‘୯୨ବର୍ଷ ବୟସରେ ୫ମ ଥର ବିବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କୋଟିପତି ବ୍ୟବସାୟୀ’ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଆଉ ଏତେଥର ବ୍ୟବସାୟୀ କାହିଁକି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ଜାଣିବାକୁ ଚେଷ୍ଟା କରୁଥିବେ।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି, ମିଡିଆ ଟାଇକୁନ ରୁପର୍ଟ ମର୍ଡୋଚ ୯୧ବର୍ଷ ବୟସରେ ୫ମ ଥର ବିବାହ କରିବାକୁ ଯାଉଛନ୍ତି। ଏହି ଘଟଣାଟି ଚର୍ଚ୍ଚାରେ ରହିଛି। ତାଙ୍କର ସାଥୀ ଏନ ଲେସଲିଙ୍କ ସହିତ ନିର୍ବନ୍ଧ ହୋଇଥିବା ମିଡିଆ ଘୋଷଣା କରିଛନ୍ତି।ସେ ଗତବର୍ଷ ସେ‌‌‌‌‌ପ୍ଟେମ୍ବର ମାସରେ ଆମେରିକାର କଲିଫର୍ଣ୍ଣିଆରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ। ସେଠାରେ ତାଙ୍କର ୬୬ବର୍ଷୀୟ ଲେସଲିଙ୍କ ସହିତ ଭେଟି ହୋଇଥିଲା।

ମିଡିଆ ଏକ ସାକ୍ଷାତକାରରେ ନିଜର ୫ମ ବିବାହକୁ ନେଇ କହିଛନ୍ତି,‘ ମୋତେ ପ୍ରେମରେ ପଡ଼ିବାକୁ ଭୟ ଲାଗୁଥିଲା। କାରଣ ମୁଁ ଜାଣିଥିଲି କି ଏହା ମୋର ଶେଷ ପ୍ରେମ ହେବ। କାରଣ ପୂର୍ବରୁ ଚାରିଥର ପ୍ରେମ କରି ବିବାହ କରି ଅସଫଳ ହୋଇଛି। ଚାରିଟି ବିବାହ ମୋର ତିଷ୍ଠି ପାରି ନଥିଲା।

ଗତବର୍ଷ ଚତୁର୍ଥ ସ୍ତ୍ରୀଙ୍କ ସହିତ ଛାଡ଼ପତ୍ର ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି। ଲେସଲିଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲି। କିଛିଦିନ କଥାବର୍ତ୍ତା ହେବାପରେ ଲେସଲିଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିବା ବେଳେ ମୁଁ ଡରି ଯାଇଥିଲି। ସେ ମୋର ଏହି ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ସେ ଚିନ୍ତାରେ ଥିଲି। ଲେସଲିଙ୍କ କଥା କହିବାକୁ ଗଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି। ସେ ପେସାରେ ଜଣେ ଗାୟକ ଓ ରେଡିଓ ଟିଭି ଏଗଜିକ୍ୟୁଟିଭ ଥିଲେ। ତେବେ ଲେସଲି ବି ଖୁବ ଖୁସିରେ ମୋର ପ୍ରେମ ପସ୍ତାବକୁ ଗ୍ରହଣ କରି ନେଇଥିଲେ। ’

ମିଡିଆ ସହିତ ସମ୍ପର୍କକୁ ନେଇ ଲେସଲି କହିଛନ୍ତି, ‘ଏହା ଆମ ଦୁହିଁଙ୍କ ପାଇଁ ଭଗବାନଙ୍କ ଉପହାର। ମୁଁ ଗତ ୧୪ବର୍ଷ ହେବ ମୋର ସ୍ବାମୀଙ୍କୁ ହରାଇ ଦେଇଥିଲି। ଆଉ ଏକାଏକା ଜୀବନ କାଟୁଥିଲୁ। ମିଡିଆ ପୂର୍ବରୁ ଚାରିଥର ବିବାହ କରି ସାରିଥିବା ବେଳେ ତାଙ୍କର ୬ଜଣ ସନ୍ତାନ ରହିଛନ୍ତି। ତାଙ୍କର ଚାରିଜଣ ସ୍ତ୍ରୀଙ୍କ ସହିତ ବିଚ୍ଛେଦ ହୋଇଯାଇଛି। ତେଣୁ ଆମେ ଦୁହେଁ ବାକି ଥିବା ଜୀବନ ଏକାଏକା କାଟିବା ଅ‌ପେକ୍ଷା ସାଥି ହୋଇ ଖୁସିରେ କାଟିବାକୁ ଚାହୁଁଛୁ। ଆମ ଦୁହିଁଙ୍କ ଚିନ୍ତାଧାର ପ୍ରାୟତଃ ଏକାପରି। ତେଣୁ ଦୁହେଁ ଦୁହିଁଙ୍କୁ ପାଇ ବେଶ ଖୁସିରେ ଅଛୁ।’

 

 

ସମ୍ବନ୍ଧିତ ଖବର