ଡାକ୍ତରଙ୍କ ଚମତ୍କାର : ଗୁରୁତ୍ୱପୂର୍ଣ୍ଣ ସର୍ଜରି ପାଇଁ ପ୍ରଥମେ ଗର୍ଭରୁ ଶିଶୁ କାଢ଼ିବା ସହ ସର୍ଜରି ପରେ ଶିଶୁକୁ ପୁଣି ଗର୍ଭରେ ରଖିଲେ ଡାକ୍ତର

ନୂଆଦିଲ୍ଲୀ : ଲଣ୍ଡନରେ ଡାକ୍ତରୀ ଟିମ୍‌ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । କରିବା ତ ଦୂରର କଥା କେହି କଳ୍ପନା କରି ନ ଥିବା କାମ କରି ଦେଖାଇଛନ୍ତି ଲଣ୍ଡନର ଡ଼ାକ୍ତରୀ ଟିମ୍‌ । ଗର୍ଭବତୀ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଶିଶୁର ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ଜରି କରିବା ପାଇଁ ଡ଼ାକ୍ତର ପ୍ରଥମେ ଗର୍ଭରେ ବଢ଼ୁଥିବା ଶିଶୁକୁ ବାହାରକୁ କାଢ଼ିଥିଲେ। ସର୍ଜରି ହୋଇ ସାରିବା ପରେ ପୁଣି ଥରେ ମହିଳାଙ୍କ ଗର୍ଭରେ ଶିଶୁଟିକୁ ରଖି ଦେଇଥିଲେ । ଏହି ଖବର ପ୍ରସାର ହେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ୨୪ ସପ୍ତାହର ଶିଶୁର ପଞ୍ଜରା ହାଡ଼ରେ ସମସ୍ୟା ଥିବା ଦେଖିବାକୁ ପାଇଥିଲେ ଡ଼ାକ୍ତର । ଯାହାର ଚିକିତ୍ସା କରିବା ପାଇଁ ଡ଼ାକ୍ତର ପ୍ରଥମେ ମହିଳାଙ୍କ ଗର୍ଭରୁ ଶିଶୁକୁ କାଢ଼ି ଶିଶୁର ସର୍ଜରି କରାଇଥିଲେ । ସର୍ଜରି ସଫଳ ହେବା ପରେ ଶିଶୁଟିକୁ ପୁଣି ଥରେ ମହିଳାଙ୍କ ଗର୍ଭରେ ରଖି ଦିଆ ଯାଇଥିଲା ।

oneindia.com

ସୂଚନା ମୁତାବକ, ଶିଶୁଟିର ପଞ୍ଜରା ହାଡ଼ ଠିକ୍‌ ଭାବରେ ବିକଶିତ ନ ହୋଇଥିବାରୁ ଡ଼ାକ୍ତର ମହିଳାଙ୍କୁ ଗର୍ଭପାତ କରାଇବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ମହିଳା ଗର୍ଭପାତ ନ କରି ଭ୍ରୁଣର ସର୍ଜରି କରିବା ପାଇଁ ନିଷ୍ପତ୍ତିି ନେଇଥିଲେ ।

ସମ୍ବନ୍ଧିତ ଖବର