ଗାଁ ଲୋକଙ୍କ ହିତ ପାଇଁ ଡାକ୍ତରୀ ଛାତ୍ରୀ ହେଲେ ସରପଞ୍ଚ

ରାଜସ୍ଥାନ : ବାଳିକାଶିକ୍ଷା ପ୍ରତି ବିମୁଖ ଥିବା ରାଜସ୍ଥାନରେ ପ୍ରଥମ ମହିଳା ସରପଞ୍ଚ ହେଲେ ୨୪ ବର୍ଷୀୟା ଯୁବତୀ ସେହନାଜ। ନିକଟରେ ରାଜସ୍ଥାନର ଭରତପୁର ଅନ୍ତର୍ଗତ ଗଜାନ ଗ୍ରାମରେ ସରପଞ୍ଚ ପାଇଁ ର୍ନିବାଚନ ଆରମ୍ଭ ହୋଇଥିଲା। ଏହି ର୍ନିବାଚନରେ ଡାକ୍ତରୀ ଛାତ୍ରୀ ସେହେନାଜ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇ ବିଜୟିନୀ ହୋଇଛନ୍ତି। ରାଜସ୍ଥାନର ଭରତପୁର ଜିଲ୍ଲାରେ ସାକ୍ଷରତା ହାର ୭୦.୧ ପ୍ରତିଶତ, ଯାହାକି ରାଜ୍ୟର ହାରାହାରି ୬୬.୧ ପ୍ରତିଶତରୁ ବି ଅଧିକ। ଏଠାରେ ପୁଅ ଓ ଝିଅଙ୍କ ଶିକ୍ଷାଗତ ସ୍ତରରେ ପାଖାପାଖି ୩୦ ପ୍ରତିଶତ ଅସମାନତା ଲକ୍ଷ୍ୟ କରାଯାଇଛି। ଏଭଳି କ୍ଷେତ୍ରରେ ରାଜସ୍ଥାନ ପାଇଁ ସେହନାଜଙ୍କ ସଫଳତା ଏକ ଉଦାହରଣ ସୃଷ୍ଟି କରିଛି।

ଉତ୍ତରପ୍ରଦେଶର ମୋରାଦାବାଦ ଠାରେ ଥିବା ତୀର୍ଥଙ୍କର ମହାବୀର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚରେ ସେହେନାଜ ଚତୁର୍ଥ ବର୍ଷରେ ଅଧ୍ୟୟନରତ। ରାଜନୈତିକ ପରିବାରରୁ ଆସିଥିବା ସେହେନାଜଙ୍କ ଜେଜେବାପାଙ୍କ ବ୍ୟତୀତ ମା’ ଜାହିଦା ଖାନ କମଳା ର୍ନିବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଓ ବାପା ଜଲିସ ଖାନ ବ୍ଲକ ସ୍ତରୀୟ ପଂଚାୟତ ସମିତିର ମୁଖିଆ ଅଟନ୍ତି। ସେ ତାଙ୍କ ଜେଜେବାପାଙ୍କ ସ୍ୱପ୍ନ ପୁରଣ କରିବାକୁ ଯାଇ ର୍ନିବାଚନରେ ଅଂଶଗ୍ରହଣ କରିଥିବା କଥା କହନ୍ତି। ଲୋକଙ୍କ ହିତ ପାଇଁ କାମ କରିବା ଥିଲା ତାଙ୍କ ପରିବାରର ପ୍ରମୁଖ ପରିଚୟ। ବର୍ତ୍ତମାନ ଏହି ତାଲିକାରେ ଝିଅ ସେହନାଜଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି।

ସେହନାଜ କହିଛନ୍ତି, ଲୋକମାନେ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗରୁ ମୁକ୍ତ ହେବା ପାଇଁ ୬ ମାସର କୋର୍ସ ନିଆଯାଏ। କିନ୍ତୁ ଲୋକ ଏହି ଦିଗରେ ଅସଚେତନ ଅଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା କ୍ଷେତ୍ରରେ ମଧ୍ୟ ସେହେନାଜ ପୁରଷ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର