ଜଳ ସଙ୍କଟକୁ ଦୂର କରିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ିଦେଲେ ଯୁବକ, ୫ବର୍ଷ ମଧ୍ୟରେ ୧୦ଟି ପୋଖୋରୀକୁ କରିଛନ୍ତି ବ୍ୟବହାର ଉପଯୋଗୀ

ନୋଏଡା : କିଛି ଲୋକ କୋଟି କୋଟି ଟଙ୍କାର ଚାକିରି ଛାଡ଼ି ନିଜ ଦେଶ ବା ଗାଁକୁ ଫେରିବା ଘଟଣା ଆଗରୁ ଅନେକ ଥର ସାମ୍ନାକୁ ଆସି ସାରିଛି । ଏବେ ପୁଣି ନୋଏଡାର ଜଣେ ଯୁବକ ନିଜ ଅଞ୍ଚଳରେ ଦେଖା ଯାଉଥିବା ଜଳ ସଙ୍କଟକୁ ଦୂର କରିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ି ଦେଇଥିଲେ ବୋଲି ଜଣା ପଡ଼ିଛି । ସୁଖି ଯାଇଥିବା ବା ଅପରିଷ୍କାର ହୋଇ ରହିଥିବା ପୋଖୋରୀ ଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବା ପାଇଁ ନୋଏଡାରେ ରହୁଥିବା ରାମ୍‌ବୀର ତନ୍‌ଓ୍ଵର ଏମ୍‌ଏନ୍‌ସିରୁ ଚାକିରି ଛାଡ଼ି ଦେଇ ଜଳ ସଙ୍କଟ ଦୂର କରିବା ଆରମ୍ଭ କରି ଦେଇଥିଲେ । ୫ବର୍ଷ ମଧ୍ୟରେ ସେ ୧୦ଟି ପୋଖୋରୀର ପୁର୍ନଉଦ୍ଧାର କରିଥିବା ବେଳେ ଏବେ ଗାଁ ଗାଁରେ ବୁଲି ସେ ଜଳ ସଂରକ୍ଷଣ କରିବାକୁ ଲୋକମାନଙ୍କୁ ସଚେତନ କରୁଥିବା ଜଣା ପଡ଼ିଛି ।

The Logical Indian

ରାମ୍‌ବୀରଙ୍କ କହିବା ଅନୁଯାୟୀ, ଛୋଟ ଥିବା ବେଳେ ମୁଁ ପାଣିର ର୍ଦୁବ୍ୟବହାର ହେଉଥିବା ଦେଖି ଆସିଛି । ସେ ସମୟରେ ମୁଁ ଲୋକମାନଙ୍କୁ ଏପରି କରିବା ପାଇଁ ମନା କରି ଆସୁଥିଲେ ମଧ୍ୟ କେହି ମୋ କଥା ଶୁଣୁ ନଥିଲେ । ୨୦୧୪ରେ ମୁଁ ମୋର ବି.ଟେକ୍‌ ପାଠ ପଢ଼ା ସାରି ୨୦୧୬ରେ ଏମ୍‌.ଟେକ୍‌ କରିଥିଲି । ପଢ଼ୁଥିବା ସମୟରୁ ହିଁ ମୁଁ ପାଣିର ସଠିକ୍‌ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇ ଆସୁଥିଲି । ବଡ଼ ବଡ଼ ସହରରେ ଲୋକେ ୨୦ଟଙ୍କା ଦେଇ ଗୋଟେ ଲିଟର ପାଣି କିଣୁଥିବା ବେଳେ ଗାଁରେ ଲୋକମାନେ ହଜାର ହଜାର ଲିଟର ପାଣି ନଷ୍ଟ କରି ଦେଇଥାନ୍ତି । ଗାଁର ଏଭଳି ଅବସ୍ତା ଦେଖି ମୁଁ ଘର ଘର ବୁଲି ପାଣିର ସଠିକ୍‌ ଉପଯୋଗ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଆରମ୍ଭ କରିଥିଲି । ଧୀରେ ଧୀରେ ମୁଁ ଅପରିଷ୍କାର ହୋଇ ପଡ଼ି ରହିଥିବା ପୋଖୋରୀକୁ ସଫା କରିବାକୁ ଚିନ୍ତା କଲି । ଏବେ ପର୍ଯ୍ୟନ୍ତ ମୁଁ ୧୦ଟି ପୋଖୋରୀରର ସଫେଇ କରି ତାହାର ପାଣିକୁ ବ୍ୟବହାର ଉପଯୋଗୀ କରି ପାରିଛି ବୋଲି କହିଛନ୍ତି ରାମ୍‌ବୀର ।

ସମ୍ବନ୍ଧିତ ଖବର