ନୂଆଦିଲ୍ଳୀ: ଭାରତର ସବୁଠାରୁ କଠିନ ପରୀକ୍ଷା ହେଉଛି ୟୁପିଏସ୍ସି ସିଭିଲ ସର୍ଭିସ ପରୀକ୍ଷା। ପ୍ରତିବର୍ଷ ଲକ୍ଷ ଲକ୍ଷ ୟୁପିଏସ୍ସି ଆଶାୟୀମାନେ ଆଇଏଏସ୍ ଅଧିକାରୀ ହେବାର ଲକ୍ଷ୍ୟ ନେଇ ପରୀକ୍ଷା ଦିଅନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଧିକାରୀ ହେବାରେ ସଫଳ ହେଉଛନ୍ତି।
ଆଜି ଆମେ ଆଇଏଏସ୍ ରୁକ୍ମୁଣୀ ରିଆରଙ୍କ ବିଷୟରେ କହିବୁ। ଯିଏ ପ୍ରଥମ ପ୍ରୟାସରେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରୁକ୍ମୁଣୀ ଷଷ୍ଠ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଥିଲେ।
ବିଦ୍ୟାଳୟରେ ପାଠ ପଢ଼ିବା ବେଳେ ରୁକ୍ମୁଣୀ ରିଆର ଜଣେ ଭଲ ଛାତ୍ରୀ ନଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ନିଜର ଚେଷ୍ଟା ବଳରେ ଜଣେ ଆଇଏଏସ୍ ଅଧିକାରୀ ବନି ପାରିଛନ୍ତି। ରୁକ୍ମୁଣୀ ରିଆର ଗୁରୁଦାସପୁରରୁ ତାଙ୍କର ପାଠପଢ଼ା ସାରିବା ପରେ ଡାଲ୍ହାଉସିରେ ସର୍କେଡ ହେରି ସ୍କୁଲ୍ରେ ୪ର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ। ପରେ ସେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରୁ ସାମାଜିକ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ।
ମୁମ୍ବାଇର ଟିସ୍ରୁ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ରୁକ୍ମୁଣୀ ମୈସୁର ଅଶୋଡା ଏବଂ ମୁମ୍ବାଇର ଅନ୍ନପୂର୍ଣ୍ଣା ମହିଲା ମଣ୍ଡଳ ଭଳି ଏନଜିଓରେ ଇଣ୍ଟର୍ନସିପ୍ କରିଥିଲେ। ଏନଜିଓ ସହିତ କାମ କରୁଥିବାବେଳେ ରୁକ୍ମୁଣୀ ସିଭିଲ ସର୍ଭିସ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ୟୁପିଏସସି ପରୀକ୍ଷା ଦେବାକୁ ଚିନ୍ତା କରିଥିଲେ। ୨୦୧୧ରେ ରୁକ୍ମୁଣୀ ପ୍ରଥମ ପ୍ରୟାସରେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।