ନୂଆଦିଲ୍ଲୀ: ପ୍ରତିବର୍ଷ ୟୁପିଏସସି ପକ୍ଷରୁ ସିଭିଲ ସେବ‌ା ପରୀକ୍ଷା ଆୟୋଜିତ କରାଯାଇଥାଏ। ଏହି ପରୀକ୍ଷା ପାଇଁ ପାଖାପାଖି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥାଆନ୍ତି। ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୦/୧୫ଜଣ ପ୍ରାର୍ଥୀ ଏମିତି ଥାଆନ୍ତି ଯେଉଁମାନଙ୍କ କାହାଣୀ ଅନ୍ୟକୁ ପ୍ରେରଣା ଦେଇଥାଏ। ୟୁପିଏସସି ଭଳି ପରୀକ୍ଷା ପାସ୍ କରି ଆଇଏଏସ୍, ଆଇପିଏସ୍ ବା ଆଇଏଫଏସ ହେବା ଅତ୍ୟନ୍ତ କଷ୍ଟକର। କିଛି ପିଲା କୋଚିଂ ନେଇ ମଧ୍ୟ ଏହି ପରୀକ୍ଷା ପାସ୍ କରିପାରନ୍ତି ନାହିଁ। ତେବେ ଜଣେ ଏଭଳି ଆଇଏଏସ୍ ଅଫିସର ଅଛନ୍ତି, ଯିଏ କୋଚିଂ ବିନା ୟୁପିଏସସି ପରୀକ୍ଷା ପାସ୍ କରି ଆଇଏଏସ୍ ହୋଇଛନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶର ତପସ୍ୟା ପରିହର।

Advertisment

ମଧ୍ୟପ୍ରଦେଶର ନରସିଂହପୁରର ବାସିନ୍ଦ‌ା ତପସ୍ୟା ପରିହର ବିନା କୋଚିଂରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଲୟରେ ଅଧ୍ୟୟନ କରିଥିବା ତପସ୍ୟା ପରିହର ପୁଣେର ପ୍ରତିଷ୍ଠିତ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ରିପୋର୍ଟ ଅନୁଯାୟୀ, ଆଇନ ଡିଗ୍ରୀ ହାସଲ କରିବା ପରେ ତପସ୍ୟା ପରିହର ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏକ କୋଚିଂ କ୍ଲାସରେ ଯୋଗ ଦେଇଥିଲେ। ହେଲେ ପ୍ରଥମ ଚେଷ୍ଟାରେ ‌ସେ ୟୁପିଏସସି ପରୀକ୍ଷା ପାସ୍ କରିପାରିନଥିଲେ। ଏହା ପରେ ସେ କୋଚିଂ ନେବା ବନ୍ଦ କରି ନିଜେ ପଢ଼ିବା ଆରମ୍ଭ କରିଥିଲେ।

ତାଙ୍କ ‌ଚେଷ୍ଟା ତାଙ୍କୁ ୨୦୧୭ରେ ସଫଳତା ଦେଇଥିଲା। ୨୦୧୭ରେ ‌ସେ ୟୁପିଏସସି ପରୀକ୍ଷାରେ ୨୩ରାଙ୍କ ରଖି ପାସ୍ କରିଥିଲେ।