ପଦ୍ମଶ୍ରୀ ମାଣିକଫାନ୍ : ଅଷ୍ଟମ ଫେଲ୍ କିନ୍ତୁ ୧୦ରୁ ଊର୍ଧ୍ବ ଭାଷାରେ ରହିଛି ପ୍ରଗାଢ଼ ଜ୍ଞାନ

ନୂଆଦିଲ୍ଲୀ: ଲକ୍ଷାଦ୍ୱୀପସ୍ଥିତ ମିନିକୋଇ ଦ୍ୱୀପରେ ବସବାସ କରୁଥିବା ଅଲ୍ଲୀ ମାଣିକଫାନ୍ ୧୦୨ଜଣ ବିଶିଷ୍ଟ ଭାରତୀୟଙ୍କ ମଧ୍ୟରୁ ଜଣେ, ଯିଏକି ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇବା ଲାଗି ଯେ‌ାଗ୍ୟ ବିବେଚିତ ହୋଇଛନ୍ତି। ପଦ୍ମଶ୍ରୀ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ।

୮୨ ବର୍ଷୀୟା ଅଲ୍ଲୀ ମାଣିକଫାନ୍ କୌଣସି ପ୍ରକାରର ଆନୁଷ୍ଠାନିକ ତାଲିମ ନ ନେଇ ବି ତାଙ୍କର ଅନେକ ବିଷୟ ପ୍ରତି ପ୍ରଗାଢ଼ ଜ୍ଞାନ ରହିଛି। ୧୯୩୮ ମସିହାରେ ଜନ୍ମ ହୋଇଥିବା ମାଣିକଫାନଙ୍କୁ ତାଙ୍କ ପିତାମାତା ସ୍କୁଲ ଶିକ୍ଷା ପାଇଁ କେରଳ ପଠାଇଥିଲେ, କିନ୍ତୁ ସେ ଅଷ୍ଟମ ଶ୍ରେଣୀରୁ ଆଗକୁ ଆଉ ପାଠ ନ ପଢ଼ି ପୁଣି ନିଜ ଦ୍ୱୀପକୁ ଫେରି ଆସିଥିଲେ।

ଘରକୁ ଫେରି ଆସିବା ପରେ ମାଣିକଫାନ୍ ନିଜକୁ ଇଂରାଜୀ, ହିନ୍ଦୀ ଏବଂ ମାଲାୟାଲମ୍, ଆରବୀ, ଲାଟିନ୍, ଫରାସୀ, ଋଷିୟାନ, ଜର୍ମାନ, ସିଂହଳୀ, ପାର୍ସୀ, ସଂସ୍କୃତ, ତାମିଲ ଏବଂ ଉର୍ଦ୍ଦୁ ସହିତ ଅନେକ ଭାଷା ଶିଖିଥିଲେ।

ତାଙ୍କର ଦକ୍ଷତା କେବଳ ଯେ ଭାଷା ଶିକ୍ଷାରେ ସୀମିତ ତାହା ନୁହେଁ। ସେ ସାମୁଦ୍ରିକ ଜୀବ ବିଜ୍ଞାନ, ସାମୁଦ୍ରିକ ଅନୁସନ୍ଧାନ, ଭୂଗୋଳ, ଜ୍ୟୋତିର୍ବିଜ୍ଞାନ, ସାମାଜିକ ବିଜ୍ଞାନ, ପାରମ୍ପରିକ ଜାହାଜ ନିର୍ମାଣ, ଶିକ୍ଷା, ମତ୍ସ୍ୟ, କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ସେ ଜ୍ଞାନ ଅର୍ଜନ କରିଥିଲେ।

କେନ୍ଦ୍ରୀୟ ସାମୁଦ୍ରିକ ଅନୁସନ୍ଧାନ ପ୍ରତିଷ୍ଠାନ ସହିତ କାମ କରିବାବେଳେ ମାଣିକଫାନଙ୍କ ପର୍ଯ୍ୟବେକ୍ଷଣ ‌କୌଶଳ ସାମୁଦ୍ରିକ ଜୀବବିଜ୍ଞାନୀ ଡକ୍ଟର ସନ୍ଥାପନ୍ ଜୋନ୍ସଙ୍କୁ ଏକ ନୂତନ ମାଛ ପ୍ରଜାତି ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା।

କେବଳ ଏତିକି ନୁହେଁ, ୧୯୮୧ମସିହାରେ ମାଣିକଫାନ୍ ପାରମ୍ପରିକ ପଦ୍ଧତି ବ୍ୟବହାର କରି ଏକ ପ୍ରାଚୀନ ଆରବୀୟ ଜାହାଜକୁ ପୁନଃ ନିର୍ମାଣ କରିଥିଲେ । ୨୭ ମିଟର ଲମ୍ବର ଜାହାଜ ନିର୍ମାଣ ପାଇଁ ଏକ ବର୍ଷ ଲାଗିଥିଲା। ସୋହର ବର୍ତ୍ତମାନ ଓମାନର ଏକ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି।|

ସମ୍ବନ୍ଧିତ ଖବର