୧୦୦ ପ୍ରତିଶତ ଅଦରକାରୀ ପଦାର୍ଥରୁ ଶିକ୍ଷକ ତିଆରି କଲେ ହ୍ୟୁମାନ୍ ରୋବୋଟ୍, ନାଁ ଦେଲେ ସାଲୁ
ନୂଆଦିଲ୍ଲୀ: ଆପଣ ଅତ୍ୟାଧୁନିକ ହ୍ୟୁମାନ ରୋବୋଟ ସୋଫିଆ ବିଷୟରେ ନିଶ୍ଚିୟ ଶୁଣିଥିବେ। ନିକଟରେ ଆଇଆଇଟି ବମ୍ବେର ଜଣେ ଶିକ୍ଷକ ହ୍ୟୁମାନ ରୋବୋଟର ଏକ ଭାରତୀୟ ଭର୍ସନ ପ୍ରସ୍ତୁତ କରିଛନ୍ତି । ଏହି ରୋବୋଟ ସୋଫିଆଠାରୁ ଅନେକ ଗୁଣରେ କୁଶଳୀ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଇଆଇଟି ବମ୍ବେର କେନ୍ଦ୍ରୀୟ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଶିକ୍ଷକ ଦିନେଶ ପଟେଲ ଏକ ହ୍ୟୁମାନ ରୋବୋଟ ପ୍ରୋଟୋଟାଇପ ନିର୍ମାଣ କରିଛନ୍ତି। ଏହା ସୋଫିଆ ତୁଳନା ଅନେକ କାମକୁ ଭଲ ଭାବେ କରି ପାରୁଛି ବୋଲି ଦାବି କରାଯାଉଛି। ଯଦି ଆପଣ ସାଲୁକୁ ଦେଖିବେ ତେବେ ସୋଫିଆ ଭର୍ସନର ଶସ୍ତା ଭର୍ସନ ଭଳି ଦେଖାଯିବ। ଶିକ୍ଷକ ଦିନେଶ ଅନେକ ବର୍ଷ କଠିନ ପରିଶ୍ରମ କରିବା ପରେ ସାଲୁ ନାମକ ଏହି ରୋବୋଟକୁ ତିଆରି କରିଛନ୍ତି।
ଶିକ୍ଷକଙ୍କ କହିବାନୁସାରେ, ସାଲୁ ଏକ ମାତ୍ର ରୋବୋଟ ଯାହାକୁ ୧୦୦ ପ୍ରତିଶତ ଅଦରକାରୀ ପଦାର୍ଥରେ ତିଆରି କରାଯାଇଛି। ସାଲୁକୁ ତିଆରି କରିବା ପାଇଁ ଖରାପ ପ୍ଲାଷ୍ଟିକ, କାର୍ଡବୋର୍ଡ, କାଠି ଓ ଆଲୁମିନିୟମ୍ ବ୍ୟବହାର କରାଯାଇଛି। ଭାରତରେ ତିଆରି ହୋଇଥିବା ରୋବୋଟ ସାଲୁ ପାଇଁ ପାଖାପାଖି ୫୦,୦୦୦ଟଙ୍କା ଖର୍ଚ୍ଚ ହୋଇଛି।
ଶିକ୍ଷକ ଦିନେଶ କହନ୍ତି, ତାଙ୍କୁ ଏହି ସାଲୁ ରୋବୋେଟ ତିଆରି କରିବାର ପ୍ରେରଣା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମିସନରୁ ମିଳିଛି। ସାଲୁ ପାଖାପାଖି ୯ଟି ଭାରତୀୟ ଭାଷାରେ କଥା କହି ପାରିବ। ତେବେ ଏହାର ପ୍ରମୁଖ ଭାଷା ଇଂରାଜୀ ରହିଛି। ଏଥିସହିତ ସେ ହିନ୍ଦୀ, ଗୁଜୁରାଟୀ, ମରାଠୀ, ମାଲାୟାଲମ, ତାମିଲ, ତେଲୁଗୁ, ବଙ୍ଗଳା ଓ ନେପାଳୀ ଭାଷାରେ କଥା କହି ପାରିବ।
କେବଳ ଏତିକି ନୁହେଁ, ସାଲୁ କମ୍ପ୍ୟୁଟର କ୍ଲାସରେ ପିଲାଙ୍କୁ ପାଠ ବି ପଢ଼ାଇ ପାରିବ। ଏଥିସହିତ ଏହି ରୋବୋଟ ଲୋକମାନଙ୍କ ଚେହେରା ମନେ ରଖି ଚିହ୍ନି ବି ପାରିବ। ଏସବୁକୁ କେନ୍ଦ୍ର କରି କୁହାଯାଉଛି କି ସାଲୁର ଶିକ୍ଷା କ୍ଷେତ୍ରରେ ପ୍ରୟୋଗ ସଫଳ ହୋଇପାରିବ।