ଇଏ ହେଉଛନ୍ତି ସୁହାନି, ଭାରତର ଏକମାତ୍ର ମହିଳା ଯାଦୁଗର

ଯାଦୁବିଦ୍ୟା ଏକ ନିହାତି ଆକର୍ଷକୀୟ କଳା। ଯାହା ଦ୍ୱାରା ପ୍ରାୟ ସମସ୍ତେ ବାନ୍ଧି ହୋଇ ରହନ୍ତି। ସୁହାନି ଖାଁ ହେଉଛନ୍ତି ଭାରତର ଏକମାତ୍ର ମହିଳା ଯାଦୁଗର। ଗତ କୋଡ଼ିଏ ବର୍ଷ ହେବ ଏପରି ଏକ ବୃତ୍ତିରେ ଅଛନ୍ତି ସୁହାନି ଶାହା। ଭାରତରେ ତାଙ୍କ ପୂର୍ବରୁ ବା ପରେ ଆଉ କେହି ଝିଅ ଏହି ଯାଦୁ ବିଦ୍ୟାରେ ନିଜର ଆଗ୍ରହ ଦେଖାଇ ନଥିବା କାରଣରୁ ଏ କ୍ଷେତ୍ରରେ ସୁହାନି ସ୍ୱତନ୍ତ୍ର।

ଯେ ଯୁବ ବୟସରୁ ହିଁ ଅନେକ ସଫଳତା ପାଇ ସାରିଛନ୍ତି। ଏ ସଂପର୍କରେ ସୁହାନି କହନ୍ତି, ‘ଯାଦୁବିଦ୍ୟା ମୋ ଜୀବନ ଗଢ଼ିିଛି। ଯାଦୁ ମୋ ପୃଥିବୀ।’

ପିଲାଦିନେ ଅଧିକାଂଶ ପିଲା ଇଞ୍ଜିନିୟର, ଡାକ୍ତର, ସାମ୍ବାଦିକା କିମ୍ବା ଅନ୍ୟ କିଛି ହେବାକୁ ଚାହିଁଥିବା ବେଳେ କିିଛି ସ୍ୱତନ୍ତ୍ର କରିବାର ଇଚ୍ଛା ରଖିଥିଲେ ସୁହାନି। ତାଙ୍କ ପଚରା ଯାଇଥିବା ଏକ ପ୍ରଶ୍ନର ସେ ଉତ୍ତର ଦେଇ କହନ୍ତି କି ଅନ୍ୟମାନେ ଯାହା ବାଛନ୍ତି ସେ ତାହାକୁ ବାଛିବାକୁ ଚାହିଁନଥିଲେ। ସେଥିପାଇଁ ସେ ଏପରି ବୃତ୍ତିକୁ ଆପଣେଇଛନ୍ତି।

ସମ୍ବନ୍ଧିତ ଖବର