ନୂଆଦିଲ୍ଳୀ: ଆମେରିକାର ଟେକ୍ସାସର ୧୭ ବର୍ଷ ବୟସ୍କା ଜନୈକା କିଶୋରୀ ଗୋଟାଏ ନୁହେଁ, ଏକାଥରେ ଦୁଇ ଦୁଇଟା ରେକର୍ଡ କରିଛନ୍ତି। ୬ ଫୁଟ୍ ୧୦ ଇଞ୍ଚ୍ ଉଚ୍ଚର ଯୁବତୀ ମାକି କୁରିନ୍ଙ୍କର ଗୋଡ଼ ଖୁବ୍ ଲମ୍ବା। ବିଶ୍ବ ସ୍ତରରେ ଟିନ୍ ଏଜ୍(୧୩ରୁ ୧୯) ମଧ୍ୟରେ ଥିବା ଯୁବତୀଙ୍କ ମଧ୍ୟରେ ମାକିଙ୍କ ଗୋଡ଼ ସବୁଠାରୁ ଲମ୍ବା। କେବଳ ସେତିକି ନୁହେଁ, ସେ ହେଉଛନ୍ତି ବିଶ୍ବର ସବୁଠାରୁ ଲମ୍ବା ଗୋଡ଼ ବିଶିଷ୍ଟ ମହିଳା।
ଦୁନିଆର ଲମ୍ବା ଗୋଡ଼ ବିଶିଷ୍ଟ ମହିଳା ଏବଂ ଟିନ୍ ଏଜେଡ୍ ଝିଅ ଭାବେ ସେ ଗିନିଜ୍ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି। ତାଙ୍କ ବାମ ଗୋଡ଼ର ମାପ ୧୩୫.୨୬୭ ସେମି (୫୩.୨୫୫ ଇଞ୍ଚ୍) ଥିବାବେଳେ ଡାହାଣ ଗୋଡର ମାପ ୧୩୪.୩ ସେମି (୫୨.୮୭୪ ଇଞ୍ଚ୍)। ତାଙ୍କର ସମୁଦାୟ ଉଚ୍ଚତାରୁ କେବଳ ଗୋଡ଼ ହେଉଛି ୬୦ ପ୍ରତିଶତ।
କ୍ୟୁରିନ୍ କହିଛନ୍ତି ଯେ ସେ ତାଙ୍କ ପରିବାରର ସବୁଠାରୁ ଉଚ୍ଚତମ ଏବଂ ଲମ୍ବା ଗୋଡ଼ ବିଶିଷ୍ଟ ସଦସ୍ୟା। ତାଙ୍କର ଏହି ଲମ୍ବା ଗୋଡ଼ର ଉଭୟ ଭଲ ପକ୍ଷ ଓ ମନ୍ଦ ପକ୍ଷ ରହିଛି। ସେ କହନ୍ତି ତାଙ୍କ ଗୋଡ଼ ପାଇଁ ତାଙ୍କୁ କେବେ ସମାଲୋଚିତ କରାଯାଇ ନଥିଲା ବରଂ ସେ ସମସ୍ତଙ୍କଠାରୁ ଉଚ୍ଚତମ ଥିବାରୁ ତାଙ୍କୁ ସମାଲୋଚନାରର ସାମ୍ନା କରିବାକୁ ପଡ଼ିଥିଲା। କିଛି ଦିନ ପରେ ଲୋକମାନେ ମୋ ବିଷୟରେ କ’ଣ କଥା ହେଉଛନ୍ତି ତାହା ମୋ ଉପରେ ଆଉ ପ୍ରଭାବ ପକାଇଲା ନାହିଁ ବୋଲି ସେ କହିଛନ୍ତି।
ତାଙ୍କ ଗୋଡ଼ ଆବଶ୍ୟକଠାରୁ ଅଧିକ ଲମ୍ବା ବୋଲି ସେ ପ୍ରଥମେ ୨୦୧୮ ମସିହାରେ ଅନୁଭବ କଲେ। ଭବିଷ୍ୟତରେ ସେ ବ୍ରିଟେନର କଲେଜକୁ ଯାଇ ବିଶ୍ୱର ଉଚ୍ଚତମ ପେସାଦାର ମଡେଲ ହେବାର ରେକର୍ଡ ହାସଲ କରିବାକୁ ଆଶା ରଖିଛନ୍ତି।