ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କୁ ସାହାଯ୍ୟ କରିବାକୁ ନିର୍ଜନ ରାସ୍ତାରେ ଧାଇଁ ଗଲେ ଅନ୍ୟ ଜଣେ ମହିଳା

କୋଲକାତା: ଅନେକ ସମୟରେ ରାସ୍ତାରେ ଅସହାୟ ମହିଳାଙ୍କୁ ଦେଖି ଲୋକେ ମୁହଁ ବୁଲେଇ ଚାଲି ଯାଉଥିବାର ଉଦାହରଣ ଦେଖିବାକୁ ମିଳିଛି। ମାତ୍ର ଜାଣିରଖନ୍ତୁ ଯେ ପ୍ରତ୍ୟେକ ବ୍ୟକ୍ତି ସେପରି ନୁହଁନ୍ତି। କିଛି ସହୃଦୟ ବ୍ୟକ୍ତି ବି ଅଛନ୍ତି, ଯିଏକି ଅସମୟରେ ପାଖରେ ଛିଡ଼ା ହୁଅନ୍ତି। କୋଲକାତାରେ ନିଲଞ୍ଜନ ନାମ୍ନୀ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ କାର୍‌ରେ ‌ଯାଉଥିବା ବେଳେ ତାଙ୍କୁ ଶୁଭିଲା ଆଉ ଜଣେ ମହିଳାଙ୍କ କରୁଣ କ୍ରନ୍ଦନ। ମହିଳା ଜଣକ କାନ୍ଦି କାନ୍ଦି ସହାଯ୍ୟ ମାଗୁଥିଲେ। ଏପରି ଶୁଣିବା ପରେ ସ୍ବାମୀଙ୍କୁ କାର୍‌ ରଖିବାକୁ କହିଥିଲେ ନିଲଞ୍ଜନା।

ଦକ୍ଷିଣ କୋଲକାତାର ଆନନ୍ଦପୁର ଅଞ୍ଚଳରେ ଜଣେ ମହିଳାଙ୍କ ସହ ଅସଦାଚରଣ ହେଉଛି ବୋଲି ଦେଖିବା ପରେ ନିଲଞ୍ଜନାଙ୍କ ସ୍ବାମୀ ଦୀପ ସତ୍ୟପାଠୀ କାର୍‌ ଅଟକାଇଥିଲେ। ଏହି ଉଦାର ପତି-ପତ୍ନୀ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଇ ସେହି ନିଃସହାୟ ମହିଳାଙ୍କୁ ସହାଯ୍ୟ କରିବାକୁ ଆଗେଇ ଆସିଥିଲେ।

www.thebetterindia.com

ସେପ୍ଟେମ୍ବରରେ ୫ ତାରିଖରେ ଦୁହେଁ ବିଳମ୍ବିତ ରାତିରେ ନିଜ ଝିଅ ସହିତ ଏକ ସାମାଜିକ ସମାବେଶରୁ ଫେରୁଥିଲେ। ସେତେବେଳେ ସେମାନେ ନିର୍ଜନ ରାସ୍ତାରେ ଅଟକି ରହିଥିବା କାରରୁ ଜଣେ ମହିଳା ସାହାଯ୍ୟ ପାଇଁ ପାଟି କରୁଥିବା ଶୁଣିବାକୁ ପାଇଥିଲେ। ସେମାନେ ଦେଖିଲେ ସେ ସେମାନଙ୍କ ସାମ୍ନାରେ କିଛି ଦୁବୃର୍ତ୍ତ ମିଶି ମହିଳାଙ୍କୁ ତାଙ୍କ ଗାଡ଼ି ବାହାରକୁ ଠେଲି ଦେଲେ। ସେହି ସମୟରେ ମହିଳାଙ୍କ ପାଖରେ ଧାଇଁ ଯାଇଥିଲେ ନିଲଞ୍ଜନା ଓ ସ୍ବାମୀ ଦୀପ। ଦୀପ ତୁରନ୍ତ ପୁଲିସ୍‌ ଡାକିଲେ ଏବଂ କିଛି ସମୟ ପରେ ଆମ୍ବୁଲାନ୍ସରେ ମହିଳାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ପତି-ପତ୍ନୀଙ୍କର ଏପରି ମାନବୀୟ ଗୁଣ ପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ହେଉଛି।

ସମ୍ବନ୍ଧିତ ଖବର