ପୂରଣ ହେଲା ଓଡ଼ିଆ ଝିଅ ସଞ୍ଜିତାଙ୍କ ଆଇଏଏସ୍ ହେବାର ସ୍ବପ୍ନ, ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଦଶମ ସ୍ଥାନରେ ରହିଲେ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଫଳାଫଳ। ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ସ ଆଦି ବିଭିନ୍ନ ବର୍ଗ ସର୍ବଭାରତୀୟ ସେବାରେ ନିଯୁକ୍ତି ଲାଗି ମୋଟ  ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦେଶର ଶ୍ରେଷ୍ଠ ସରକାରୀ ସେବାରେ ଯୋଗ ଦେବାକୂୁ ଯୋଗ୍ୟ ବିବେଚିତ ଏହି ୮୨୯ଙ୍କ ମଧ୍ୟରେ  ଓଡ଼ିଆ ଝିଅ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି।

ନିଜର ସଫଳତା ପରେ ସଞ୍ଜିତା କୁହନ୍ତି, ‘ବହୁତ ପରିଶ୍ରମ ପରେ ଏପରି ଫଳ ମିଳିଛି ଯେହେତୁ ମୁଁ ନିିଶ୍ଚିତ ଭାବେ ଖୁବ୍‌ ଖୁସି ଅଛି। ୧୦ ଜଣଙ୍କ ମଧ୍ୟରେ ରହିବି ବୋଲି କେବେ ଭାବିନଥିଲି।’ ପୂୂର୍ବରୁ ସେ ଓପିଏସ୍‌ସିରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ। ମାତ୍ର ସବୁବେଳେ ସେ ଜଣେ ଆଇଏଏସ୍‌ ହେବାର ସ୍ବପ୍ନ ଦେଖୁଥିଲେ।

ସ୍ବାସ୍ଥ୍ୟ, ଶିକ୍ଷା ଓ ମହିଳା ସଂପର୍କିତ ସମସ୍ୟାକୁ ଦୂର କରିବାର ଇଚ୍ଛା ରଖିଛନ୍ତି ସଞ୍ଜିତା। ତାଙ୍କ କହିବାନୁସାରେ ୟୁପିଏସ୍‌ସି ଓ ଓପିଏସ୍‌ସି ପ୍ରସ୍ତୁତି ଭିତରେ ସେ ବିଶେଷ ପାର୍ଥକ୍ୟ ଜାଣି ପାରିନାହାନ୍ତି। ତାଙ୍କୁ ଦୁଇଟା ଯାକ ପାଠ ପ୍ରାୟ ସମାନ ଲାଗୁଥିଲା।

ପାଠ ପଢ଼ା ପାଇଁ ସମୟ ଦେଖନ୍ତି ନାହିଁଁ ସଞ୍ଜିତା। ଅନ୍ୟ ମେଧାବୀ ଛାତ୍ରଙ୍କ ପରି ସେ ଦିନକୁ ଏତିକି ସମୟ ପଢ଼ିବି ବୋଲି ସମୟ ଧାର୍ଯ୍ୟ କରନ୍ତି ନାହିଁ। ବରଂ କେତେ ଭଲ ଭାବେ ପଢ଼ନ୍ତି ତାହା ଉପରେ ଗୁରୁତ୍ବ ଦିଅନ୍ତି। ଦିନକୁ କ’ଣ ସବୁ ପଢ଼ି ସାରିବାର ଅଛି ତାହାର ଏକ ରୁଟିନ୍‌ କରି ସେ ପାଠ ପଢ଼ା ଆରମ୍ଭ କରୁଥିଲେ।

ସେ ସିଇଟିରେ ମେ‌କାନିକାଲ୍‌ ଇଞ୍ଜିନିୟରିଂ କରିଛନ୍ତି। ‌ସେ ପିଲାଦିନରୁ ହିିଁ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଚିନ୍ତା କରିଥିଲେ। ସିଇଟିରୁ ପାଠ ପଢ଼ିବା ପରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ କିଛି ଦିନ ଲାଗି ଏମଟିଟି ଭାବେ କାର୍ଯ୍ୟ କରିଥିଲେ ସଂଜିତା। ଏହାପରେ  ୨୭ ବର୍ଷୀୟା ସଞ୍ଜିତା ପ୍ରଥମ ଥର ଚେଷ୍ଟାରେ ହିଁ ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର