ନିଜେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଥାଇ ସୁଦ୍ଧା କେରଳର ବନ୍ୟା ଦୁର୍ଗତଙ୍କ ପାଇଁ ବଢ଼ାଇଲେ ସାହାଯ୍ୟର ହାତ; ମାଗଣାରେ ବାଣ୍ଟିଲେ କମ୍ବଳ

ଥିରୁବନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ ଏବେ ଲୋକମାନଙ୍କୁ ଚିନ୍ତାରେ ପକାଇଛି । ଯେତିକି ଭାବି ନଥିଲେ ତାହାଠାରୁ ଅଧିକ କ୍ଷୟକ୍ଷତି ହୋଇ ସାରିଲାଣି । ୩୭ଜଣଙ୍କର ମୃତ୍ୟୁ ହେବା ସହ ବର୍ଷା ହେତୁ ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ବନ୍ଧ ଉପରେ ସରକାରଙ୍କ ସାହାଯ୍ୟକୁ ଅନାଇ ବସିଛନ୍ତି ।

ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ଜଣେ କମ୍ବଳ ବ୍ୟବସାୟୀ ବିଷ୍ଣୁ ନିଜ ଦୋକାନରେ ଥିବା ସମସ୍ତ କମ୍ବଳକୁ ମାଗଣାରେ କେରଳ ଦୁର୍ଗତଙ୍କ ପାଇଁ ଦାନ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, କେରଳକୁ ବିଷ୍ଣୁ ୫୦ଟି କମ୍ବଳ ବିକ୍ରି କରିବାକୁ ଆସିଥିବା ବେଳେ ଲୋକମାନଙ୍କ ଶୋଚନୀୟ ଅବସ୍ଥା ଦେଖି ସେ ଏହି ନିଷ୍ପତି ନେଇଥିଲେ । କମ୍ବଳ ବିକ୍ରି କରି କିଛି ଟଙ୍କା ଆୟ କରିବାକୁ ଆସିଥିବା ବିଷ୍ଣୁ ଲୋକମାନଙ୍କ ଅବସ୍ଥା ଦେଖି ନିଜର ମନ ପରିବର୍ତ୍ତନ କରିଥିଲେ । ନିଜ ଆୟ କଥା ନ ଭାବି ଆଣିଥିବା ୫୦ଟି କମ୍ବଳ ମାଗଣାରେ ଦେବା ସହ ମହାରାଷ୍ଟ୍ର ଯାଇ ନିଜ ପାଖରେ ବାକି ଥିବା ସବୁ କମ୍ବଳ ଆଣି ଦାନ କରିଥିଲେ । ବିଷ୍ଣୁଙ୍କ ଆର୍ଥକ ଅବସ୍ଥା ଭଲ ନଥାଇ ମଧ୍ୟ ସେ ଏପରି କରିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ବିଷ୍ଣୁ ।

ସମ୍ବନ୍ଧିତ ଖବର