‘ଜିସ୍‌ ନମ୍ବର ପେ ଆପ୍‌ ବାତ୍‌ କରନା ଚାହତେ ହେଁ ଓ ଅଭି ବ୍ୟସ୍ତ ହେ’; ଏହି କଣ୍ଠସ୍ୱର ଖାଲି ଫୋନ୍‌ରେ ନୁହେଁ, ଅନେକ ସ୍ଥାନରେ କରୁଛି ଲୋକଙ୍କୁ ମତୁଆଲା

ଆଜିକାଲି ଟେକ୍‌ନୋଲୋଜି ଯୁଗରେ ଫୋନ୍‌ ଆମମାନଙ୍କର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। ଫୋନ୍‌କୁ ଛାଡ଼ି କେହି ଘଡ଼ିଏ ବି ରହିବା ପରିସ୍ଥିତିରେ ନାହାନ୍ତି। ଆଜି ଆମେ ଆପଣଙ୍କୁ ସେହି ଫୋନ୍‌ ସହ ଯୋଡ଼ା ଏକ ଗୁରତ୍ୱପୂର୍ଣ୍ଣ କଥା କହିବୁ।

ଆପଣ କାହାର ନମ୍ବର ଡଏଲ୍‌ କଲାବେଳେ ଅଧିକାଂଶ ସମୟରେ ଏକ ଜଣାଶୁଣା କଣ୍ଠସ୍ୱର ଆପଣ ଶୁଣିବାକୁ ପାଇଥିଲେ। ସେହି କଣ୍ଠସ୍ୱରରୁ ଶୁଭେ, ‘ଆପ୍‌ ଜିସ୍‌ ନମ୍ବର ପର୍‌ ବାତ୍‌ କରନା ପ୍ରାୟସ କର୍‌ ରହେ ହେଁ ଓ ଦୁସରି କଲ୍‌ ପର୍‌ ବ୍ୟସ୍ତ ହେ’, ‘ଆପ୍‌ ଜିସ୍‌ ନମ୍ବର ସେ ବାତ୍‌ କରନେ କା ପ୍ରୟାସ୍‌ କର୍‌ ରହେ ହେଁ ଓ ଅଭି ମୈଜୁଦ୍‌ ନୈହିଁ ହେ କିମ୍ବା ‘ଜିସ୍‌ ନମ୍ବର ସେ ଆପ୍‌ ବାତ୍‌ କରନେ କି କୋସିସ୍‌ କର ରହେ ହେଁ ଓ ଆପ୍‌ କି କଲ୍‌ ଲେ ପାନେ ମେଁ ଅସମର୍ଥ ହେ’।

ଏହି ଭଳି ଭାବେ ଆପଣ ଯେଉଁ ମହିଳାଙ୍କ ସହ ଦୀର୍ଘ ଦିନ ଭାବେ ଫୋନ୍‌ ଯୋଗେ ସଂପର୍କରେ ରହି ଆସିଛନ୍ତି ସେ ହେଉଛନ୍ତି ମେଘନା ଏରାଣ୍ଡେ। ସେ ଜଣେ ଅଭିନେତ୍ରୀ ଓ ତାଙ୍କୁ ଯେତେବେଳେ ୧୫ ବର୍ଷ ସେ ସେହି ସମୟରୁ ଭଏସ୍‌ ଡବିଂ କରିବା କାମ କରି ଆସୁଛନ୍ତି।

ମେଘନା କେବଳ ଫୋନ୍‌ରେ ନୁହେଁ ବରଂ ପ୍ରସିଦ୍ଧ କାର୍ଟୁନ ଚରିତ୍ରଗୁଡ଼ିକ ପାଇଁ ବି କଣ୍ଠ ଦିଅନ୍ତି। ସିନ୍‌ଚୈନ, ଡୋରେମନ୍‌, ପୋକ୍‌ମୋନ୍‌ ଓ ବାଓଁ ବିଲ୍ଡର ଆଦି କାର୍ଟୁନ ଚରିତ୍ରଙ୍କ ପାଇଁ ମେଘନା କଣ୍ଠ ଦେଇଛନ୍ତି।

ଏହା ବ୍ୟତୀତ ସେ ଅନେକ ବଲିଉଡ୍‌ ଓ ହଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ ନିଜର କଣ୍ଠ ଦେଇ ଦର୍ଶକଙ୍କୁ ବିମୋହିତ କରିଛନ୍ତି।

ସମ୍ବନ୍ଧିତ ଖବର