ନୂଆଦିଲ୍ଲୀ: ଯଦି କେହି କେବେ ବିଧାୟକ କି ସାଂସଦ ହୋଇଯାନ୍ତି, ତେବେ ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ରହି ନଥାଏ, ଏମିତି ଧାରଣା ଜନମାନସରେ  ରହିଛି | ଏହି ଭାବନା ପ୍ରାୟ ସମସ୍ତଙ୍କ ମନରେ ଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ କଥା କହିବୁ ଯିଏ ୪ ଥର ବିଧାୟକ ହୋଇଥିଲେ ବି ପକ୍କା ଘର ଖଣ୍ଡେ କରିପାରିନାହାଁନ୍ତି | ଏହି ବିଧାୟକ ଜଣକ ହେଉଛନ୍ତି ମେହବୁବ ଆଲାମ | ଯିଏ କି ନିଜର ସଚ୍ଚୋଟତା ଏବଂ ସରଳତା ପାଇଁ ସେ ସମଗ୍ର ଅଞ୍ଚଳରେ ପ୍ରସିଦ୍ଧ | ଏହାର କାରଣ ହେଉଛି ଯେ ଜଣେ ବିଧାୟକ ହେବା ପରେ ମଧ୍ୟ ନିଜ ପାଇଁ ଏକ ପକ୍କା ଘର ନିର୍ମାଣ କରିପାରିନାହାନ୍ତି । ସୂଚନା ଅନୁଯାୟୀ ମେହବୁବ ଆଲାମଙ୍କ ଘର ବିହାରର କଟିହର ଜିଲ୍ଲାରେ ହୋଇଥିବାବେଳେ ଚଳିତ ନିର୍ବାଚନରେ ଚତୁର୍ଥ ଥର ପାଇଁ ସେ ବଳରାମପୁର ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।

Advertisment

ବଡ କଥା ହେଉଛି ଏଥରର ବିହାର ବିଧାନସଭା ନିର୍ବାଚନରେ ​​ମେହବୁବ ଆଲାମ ବାହୁବଳୀ ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ଜିତିଛନ୍ତି | ତାଙ୍କ ସାଧୁତା ଆଉ ଜୀବନଶୈଳୀ ସାମ୍ନାରେ ବଡ ବଡ ଦଳର ପ୍ରାଥୀଙ୍କର ଅର୍ଥ ବଳ କାମ ଦେଇପାରିନାହିଁ | ମେହବୁବଙ୍କ ବାବଦରେ କହିବାକୁ ଗଲେ ଚାରିଥର ବିଧାୟକ ଭାବରେ ନିର୍ବାଚିତ ହେବା ପରେ ମଧ୍ୟ ନିଜ ବିଳାସ ପାଇଁ କୌଣସି ପକ୍କା ଘର ନିର୍ମାଣ କରିନାହାନ୍ତି । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ବିଧାୟକଙ୍କ ପାଖରେ କୌଣସି କାର ମଧ୍ୟ ନାହିଁ |

ନିଜ ଭୋଟରମାନଙ୍କୁ ଭେଟିବାକୁ ମେହବୁବ ପାଦରେ ଚାଲି ଚାଲି ହିଁ ଯାଇଥାନ୍ତି | ସୂଚନା ଥାଉ କି ଏଥର ବିହାର ନିର୍ବାଚନରେ ​​ଜିତିଥିବା ବିଧାୟକଙ୍କ ମଧ୍ୟରୁ ୮୧ ପ୍ରତିଶତ କୋଟିପତି ହୋଇଥିବାବେଳେ ମେହବୁବ ଆଲାମ ହେଉଛନ୍ତି ଏପରି ଜଣେ ବିଧାୟକ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ରହିଛି | ସୂଚନା ଥାଉ କି ମେହବୁବ ଆଲାମ ଚତୁର୍ଥ ଥର ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ କଟିହର ଜିଲ୍ଲାର ବଳରାମପୁର ବିଧାନସଭା ଆସନରୁ ୫୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏଥର ବିହାର ନିର୍ବାଚନର ଏହା ହେଉଛି ସବୁଠାରୁ ବଡ ବିଜୟ। ବିଶେଷ କଥା ହେଉଛି ମେହବୁବ ଆଲାମଙ୍କ ବୟସ ମାତ୍ର ୪୪ ବର୍ଷ ହୋଇଥିବାବେଳେ ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ୍ | ତଥାପି ବି ଲୋକଙ୍କ ସେବାରେ ମେହବୁବ ନିଜକୁ ସବୁବେଳେ ନିୟୋଜିତ କରି ରଖନ୍ତି |