ଶ୍ରୀନଗର: ବାହାଘରକୁ ନେଇ କିଏ କେତେ ସ୍ବପ୍ନ ଦେଖିଥାଏ । ପ୍ରେମ ତ ଅନେକ ଥର ହୁଏ, କିନ୍ତୁ ଆଦ୍ୟ ଯୌବନର ପ୍ରଥମ ପ୍ରେମୋତ୍ସବ ଯଦି କୁହାଯାଏ ତାହାଲେ ବିବାହ ଏମିତି ଏକ ବନ୍ଧନ ବା ଉତ୍ସବ ଯେଉଁଠି ନାରୀପୁରୁଷ ନୂଆ ଜୀବନ ସାଥି ପାଇଥାନ୍ତି ଆଉ ନୂଆ ସଂସାର ଗଢିବାକୁ ଶପଥ ନେଇଥାନ୍ତି । ବିବାହକୁ ନେଇ ଆଜିର ଯୁବପିଢି ଅନେକ ସ୍ବପ୍ନ ଦେଖନ୍ତି । କିଏ କେମିତି ବାହାଘରକୁ କରିବ ସେନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରିଥାନ୍ତି । ବାହାଘର କେତେ ବଜେଟରେ ହେବ, ବାହାଘର ଦିନ କିଏ କଣ ପିନ୍ଧିବ, କେଉଁଠି ବାହାଘର ହେବ ଏବଂ ରିସେପ୍ସନକୁ କେମିତି ପାଳନ କରାଯିବ ସବୁକୁ ନେଇ ପୂର୍ବ ପ୍ରସ୍ତୁତି ହେଉଛି । ଏବେ ତ ପ୍ରି ୱେଡିଂ, ବାଜା ବାଣ, ଡିଜେରେ କମ୍ପୁଛି ବାହାଘର । ବରଯାତ୍ରୀ ତ ଏବେ ବିନା ଡିଜେରେ ପାଦ ଉଠାଉ ନାହାନ୍ତି କି ବର ବି ବିନା ଶୋଭାଯାତ୍ରରେ ବାହା ହେବାକୁ ଯାଉ ନାହାନ୍ତି । ବାହାଘରକୁ ଯିଏ ଯେତେ ଚାକଚକ୍ୟ କରିପାରିଲା ସିଏ ସେତେ ଧନୀରେ ଗଣାହୁଏ...
/sambad/media/media_files/2025/04/22/yV7NbUphJd5Ip1rDMiAd.jpg)
ବାହାଘରକୁ ନେଇ ଆଜିର ଯୁବପିଢି ଭିନ୍ନ ଦୃଷ୍ଟିରେ ଦେଖି ଆୟୋଜନ କରିଥିବା ବେଳେ ସମୟ କାହା ସହ କେତେବେଳେ କଣ ଖେଳିବ କିଛି କହିହେବନି । ସମୟ ଯଦି ସାଥ୍ ନଦିଏ ତେବେ ସବୁ ଆୟୋଜନ ଅଧୁରା ରହିଯିବ । ଏଇ ଯେମିତି ଜମ୍ମୁକାଶ୍ମୀର ରାମବନରେ ଫିକାଫିକା ହୋଇଛି ବାହାଘର । ବିପର୍ୟ୍ୟୟ ଯଦିଓ ବାହାଘରର ବାଟ ରୋକି ପାରିନି ମାତ୍ର ଶୋଭାଯାତ୍ର ଓ ଆୟୋଜନକୁ ପ୍ରଭାବିତ କରିଛି ।
/sambad/media/media_files/2025/04/22/qtm7jbyNPWGrSE2tSz4J.jpg)
ରାମବନରେ ଭୟଙ୍କର ବନ୍ୟା ଏବଂ ବନ୍ୟା ପରବର୍ତ୍ତୀ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟ ଧୋଇଯାଇଛି । ହାଇୱେରେ ପାହାଡ ଝସି ପଡିଛି ଯେଉଁଥି ପାଇଁ ଗାଡ଼ି ମଟର ଯିବା କାଠିକର ହୋଇପଡିଛି । ଏଭଳି ପରିସ୍ଥିତିରେ ବାହାଘର ପୂର୍ବରୁ ସ୍ଥିର ହୋଇସାରିଥିବାରୁ ବିଧିରକ୍ଷା ଲାଗି ବର ବାହାହେବା ପାଇଁ ଚାଲିଚାଲି ଯାଇଛି । ପାହାଡି ରାସ୍ତା, ନଈ, ନାଳ ଏବଂ ବିଲରେ ଚାଲି ଚାଲି ଯାଇ କନ୍ୟା ଘରେ ବର ପହଞ୍ଚିଥିବା ବେଳେ ଫିକା ଫିକା ପଡିଛି ବାହାଘରକୁ ନେଇ ବିରାଟ ଆୟୋଜନ, ହୋଇପାରିନି ପ୍ରୋସେସନ, ଫୁଟିନି ବି ବାଣ କି ବାଜିନି ଡିଜେ...
/sambad/media/media_files/2025/04/22/w1n3LzQS2R6889iV3imL.jpg)
ରାମବନ ନିବାସୀ ହସରୁଖ ଅହମ୍ମଦ ନିଲ ଗଗନାନ ଗାଁକୁ ବିବାହ ପାଇଁ ଯାଉଥିବା ବେଳେ ରାସ୍ତା ଖରାପ ପାଇଁ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଛନ୍ତି । ଏବଂ ବାହାଘର ପରେ ବି ନିଜ ପତ୍ନୀଙ୍କ ସହ ହସରୁଖ ସେହି ବାଟ ଦେଇ ପୁଣି ଥରେ ଚାଲିଚାଲି ଫେରିଛନ୍ତି । ଖାଲି ହସରୁଖ ନୁହେଁ ଏକାଧିକ ବର ରାମବନରେ ଏମିତି ପରିସ୍ଥିତର ସାମ୍ନା କରିଛନ୍ତି ଆଉ ଚାଲିଚାଲି ଭୂସ୍ଖଳନ ସ୍ଥଳରୁ କନ୍ୟାଘରକୁ ଯାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/22/N5ywF5yS5UVdnLxDm4MQ.jpg)