ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ମହିଳାମାନଙ୍କ ତୁଳନାରେ ପୁରୁଷମାନେ ବେଶି ସ୍ୱାର୍ଥପର। ଅନ୍ୟକୁ ସାହାଯ୍ୟ କରିବା ଦିଗରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ତତ୍ପର। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେତେବେଳେ ପରସ୍ପର ସହ ଟଙ୍କା ବାଣ୍ଟି କରି ଚଳିବାର କଥା ଉଠେ ତ ମହିଳାମାନେ ଏ ଦିଗରେ ବେଶ ସକରାତ୍ମକ ବ୍ୟବହାର ଦେଖାଇଥାନ୍ତି। ଏ ଦିଗରେ ପୁରୁଷମାନେ କିନ୍ତୁ ଏହାର ଠିକ୍ ଓଲଟା।
/sambad/media/post_attachments/wp-content/uploads/2017/10/BeziehungSelbstwert-300x207.jpg)
ପରୁଷ ଓ ନାରୀଙ୍କ ମସ୍ତିଷ୍କରେ କାହିଁକି ଏପ୍ରକାରର ଅସମାନତା ରହିଛି ତାହାର କାରଣ ଏପର୍ଯ୍ୟନ୍ତ ଗବେଷକମାନେ ଜାଣିପାରି ନାହାନ୍ତି। ତେବେ, ଗବେଷକଙ୍କ କହିବା କଥା ହେଲା ମଣିଷ ନିଜ ସମାଜିକ ଅଭିଜ୍ଞତାରୁ ହିଁ ଅନେକ କିଛ ଶିକ୍ଷା ପାଇଥାଏ। ସେହି ହିସାବରେ ହିଁ ମସ୍ତିଷ୍କ ଓ ଚିନ୍ତାଧାରାରେ ପରିବର୍ତ୍ତନ ଘଟିଥାଏ।
/sambad/media/post_attachments/wp-content/uploads/2017/10/o-MEN-AND-WOMEN-facebook-300x200.jpg)
ଗବେଷକମାନେ ଏହି ଗବେଷଣା କରିବା ପାଇଁ ୫୬ ଜଣ ମହିଳା ଓ ପୁରୁଷଙ୍କୁ ନେଇଥିଲେ। ସେଥିରୁ ଜାଣିବାକୁ ମିଳିଲା ଯେ ପୁରୁଷମାନେ ଅଧିକାଂଶ ସମୟରେ ନିଜର ଆବଶ୍ୟକତା ପୂରଣ କରିବାକୁ ଯାଇ ସ୍ୱାର୍ଥପର ପାଲଟି ଯାଆନ୍ତି।
/sambad/media/post_attachments/wp-content/uploads/2017/10/2015-April-06-gty_man_woman_senses_tl_150406_16x9_608-300x169.jpg)
ଏହା କେତେ ଦୂର ସତ ତାହା ଜାଣିବା ପାଇଁ ଗବେଷକମାନେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ଗବେଷଣା କଲେ। ଏଥିରେ ସେମାନେ ୮ ଜଣ ମହିଳାଙ୍କ ସହ ୯ ଜଣ ପୁରୁଷଙ୍କୁ ସାମିଲ କରିଥିଲେ। ଦ୍ୱିତୀୟ ଗବେଷଣାର ଫଳାଫଳ ମଧ୍ୟ ସମାନ ଆସିଲା। ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ଟଙ୍କା ଲୋଭୀ ଓ ସ୍ୱାର୍ଥପର ହୋଇଥାନ୍ତି।
ଏହି ଗବେଷଣାଟି ନେଚର୍ ହ୍ୟୁମାନ୍ ବିହେଭିୟର୍ରେ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/960x0.jpg)