ସ୍ତ୍ରୀଠାରୁ ଛାଡ଼ ପାଇବା ପାଇଁ ସ୍ୱାମୀମାନେ ଗଛକୁ କରି ଥାଆନ୍ତି ପୂଜା, ସାତ ସେକେଣ୍ଡ ପାଇଁ ବି ଏଭଳି ପତ୍ନୀ ଆବଶ୍ୟକ ନାହିଁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରି ଥାଆନ୍ତି

ମୁମ୍ବାଇ: ମହାରାଷ୍ଟ୍ରର ମହିଳାମାନେ ବଟ ପୂର୍ଣ୍ଣିମାରେ ଗଛକୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାଆନ୍ତି। ଅନ୍ୟପକ୍ଷରେ ପୁରୁଷଙ୍କ ଏକ ସମୂହ ପତ୍ନୀଙ୍କଠାରୁ ପିଛା ଛଡାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଥାଆନ୍ତି। ଏହି ପୁରୁଷମାନେ ସେମାନଙ୍କ ପତ୍ନୀଙ୍କ ଦ୍ୱାରା ପୀଡିତ ଥିବା କୁହାଯାଉଛି। ବଟ ସାବିତ୍ରୀ ପୂଜା ଅବସରରେ କିଛି ପୁରୁଷ ଅଶ୍ୱସ୍ତ ଗଛର ଚାରିପଟେ ସୂତା ବାନ୍ଧି ଏଭଳି ପତ୍ନୀ ସାତଜନ୍ମ ପାଇଁ କ’ଣ ସାତ ସେକେଣ୍ଡ ପାଇଁ ବି ସେମାନଙ୍କୁ ଲୋଡା ନାହିଁ ବୋଲି ଭଗବାନଙ୍କ ନିକଟରେ ନିଜର ଦୁଃଖ ଜଣାଇ ଥାଆନ୍ତି।

ବଟ ପୂର୍ଣ୍ଣିମାକୁ ବଟ ସାବିତ୍ରୀ ନାମରେ ବି ଲୋକେ ଜାଣି ଥାଆନ୍ତି। ଏହା ଏକ ଏମିତି ପର୍ବ ଯେଉଁଠାରେ ବିବାହିତ ମହିଳା ବରଗଛର ଚାରିପଟେ ସୂତା ବାନ୍ଧି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଆଗାମୀ ୭ଜନ୍ମ ପାଇଁ ଏଭଳି ସ୍ୱାମୀ ସେମାନଙ୍କୁ ମିଳୁ ବୋଲି ପ୍ରାର୍ଥନା କରନ୍ତି। ଏହିଦିନ ହିନ୍ଦୁ ମହିଳାମାନେ ପୂରା ଉପବାସରେ ରହି ଥାଆନ୍ତି। ଏହି ପର୍ବ ସାବିତ୍ରୀ ଓ ସତ୍ୟବାନଙ୍କ କାହାଣୀ ଉପରେ ଆଧାରିତ।

ସମ୍ବନ୍ଧିତ ଖବର