ରାଜସ୍ତାନରେ ଲିଙ୍ଗଗତ ବାଧାକୁ ଶିକ୍ଷା ମାଧ୍ୟମରେ ଭାଙ୍ଗୁଛନ୍ତି ମିଓ ମୁସ୍ଲିମ୍ ଝିଅ
ଜୟପୁର: ଶିକ୍ଷା ହେଉଛି ପ୍ରତି ମଣିଷର ମୌଳିକ ଅଧିକାର । ଶିକ୍ଷା ଦ୍ୱାରା ହିଁ ଜୀବନକୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳିଥାଏା କିନ୍ତୁ କିଛି ଲୋକମାନଙ୍କ ମନରେ ଏକ ଭୁଲ ଧାରାଣା ରହି ଆସିଛି କି ଝିଅମାନେ ପାଠପଢ଼ି କିଛି କରିପାରିବେନି । ଯେତେ ପାଠ ପଢ଼ିଲେ ବି ସେମାନଙ୍କୁ ବାହା ହୋଇ ଶାଶୁ ଘରେ ରୋଷେଇ କରିବାକୁ ହେବ । ଘର ସଂସାର ସମ୍ଭାଳିବାକୁ ପଡ଼ିବ । ସେଥିପାଇଁ ସେମାନେ ପାଠ ପଢ଼ିବା ଅପେକ୍ଷା ଘର କେମିତି ସମ୍ଭାଳିବାକୁ ହୁଏ ତାହା ଶିଖିବାକୁ ପଡ଼ିବ । ଏଭି ଭୁଲ ଧାରଣା ପାଇଁ ଭାରତରେ ମହିଳାମାନଙ୍କର ସାକ୍ଷରତା ହାର ପୁରୁଷମାନଙ୍କ ଅପେକ୍ଷା ବହୁତ କମ୍ । ଏହି ଭଳି ସମସ୍ୟା ଦେଇ ଗତି କରିସାରିଥିବା ରାଜସ୍ଥାନର ସ୍ଥିତି ଏବେ ସୁଧୁରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନର ଠେକ୍ରାରେ ରହୁଥିବା ମିଓ ମୁସ୍ଲିସ୍ ଝିଅମାନଙ୍କୁ ପୁର୍ବରୁ ପଢ଼ିବାକୁ ଦିଆ ଯାଉ ନ ଥିଲା । ୧୨ ବର୍ଷ ନ ପୁରୁୁଣୁ ସେମାନଙ୍କ ବିବାହ କରିିଦିଆଯାଉଥିଲା । ପରିବାରକୁ ଖୁସି କରିବା ପାଇଁ ସେମାନେ ବିବାହ ମଧ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ସହ ହେଉଥିବା ନିର୍ଯାତନାର ବିରୋଧ ନ କରି ସହି ଯାଉଥିଲେ । କିନ୍ତୁ ଏବେ ସମୟ ବଦଳିଛି । ଏବେ ଝିଅମାନେ ପଢ଼ାର ମହତ୍ତ୍ୱ ବୁଝିବା ସହିତ ସେମାନଙ୍କ ବାପା-ମାଙ୍କୁ ଏହା ବିଷୟରେ ବୁଝାଇ ସ୍କୁଲରେ ନା ଲେଖାଉଛନ୍ତି । ପଢ଼ିବା ପାଇଁ ଏଠାରେ ସ୍କୁଲ ନ ଥିବା ବେଳେ ବିଭିନ୍ନ ଏନ୍ଜିଓଙ୍କ ସହାୟତାରେ ସ୍କୁଲ ନିର୍ମାଣ କରାଯାଇ ପିଲାମାନଙ୍କୁ ପଢ଼ା ଯାଉଛି । ୨୦୧୧ ସୁଦ୍ଧା ମହିଳାମାନଙ୍କର ସାକ୍ଷରତା ୩୯ ପ୍ରତିଶତ ଥିବା ବେଳେ ଏବେ ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି ।
“୨୦୦୩ ପର୍ଯ୍ୟନ୍ତ ଆମ ଗାଁର ପୁଅ ପିଲାମାନେ ବହୁତ ଦୂର ଚାଲି ଚାଲି ରେଲଓ୍ଵ ଟ୍ରାକ୍କୁ ଡ଼େଇଁ ସ୍କୁଲ ଯାଉଥିଲୋ କିନ୍ତୁ ଦିନେ ଗୋଟେ ପରିବାରର ଦୁଇ ଜଣ ପିଲାଙ୍କର ରେଲଓ୍ଵ ଟ୍ରାକ୍ ଡ଼େଇଁ ଯାଉଥିବା ବେଳେ ମୃୁତ୍ୟ ହୋଇଥିଲା । ଏହି ଘଟଣା ଘଟିବା ପରେ ପରିବାର ଲୋକେ ଡ଼ରି ଆଉ ସେମାନଙ୍କ ପିଲାଙ୍କୁ ପଢ଼ିବା ପାଇଁ ଛାଡ଼ିଲେ ନାହିଁ” ବୋଲି କହିଛନ୍ତି ଠେକ୍ରା ଗ୍ରାମର ୫୩ ବର୍ଷୀୟ ଫକିରୁଦ୍ଦିନ୍ । “୨୦୦୪ ରେ ସାକ୍ଷରତା ହାର ବଢ଼ିିବାକୁ ଲାଗିଲା ଯେତେବେଳେ ମତ୍ସ୍ୟ ମେଓ୍ଵଟ୍ ଶିକ୍ଷା ଏବଂ ବିକାଶ ସଂସ୍ଥା ନାମକ ଗୋଟେ ଏନ୍ଜିଓ ସ୍କୁଲ ଖୋଲିବା ପାଇଁ ଗାଁ ଲୋକଙ୍କୁ ରାଜି କରାଇଥିଲେ । ଆପଣ ମାନେ ଯାହାବି ପରିବର୍ତ୍ତନ ଦେଖୁଛନ୍ତି ତାହା କେବଳ ସେହି ଏନ୍ଜିଓ ପାଇଁ ହିଁ ସମ୍ଭବ ହୋଇଛି । ପୁର୍ବରୁ ଯେତେବେଳେ ସେମାନେ ସ୍କୁଲ ପାଇଁ ଗାଁ ଲୋକ ମାନଙ୍କୁ ରାଜି କରାଉଥିଲେ ସେତେବେଳେ କେହି ତାଙ୍କୁ ସମର୍ଥନ କରୁନଥିଲେ । ଏହା ପରେ ମତ୍ସ୍ୟ ମେଓ୍ଵଟ୍ ଶିକ୍ଷା ଏବଂ ବିକାଶ ସଂସ୍ଥାର ଅଧ୍ୟକ୍ଷ ମୌଲାନା ହାନିଫ୍ ଆଶା ନ ଛାଡ଼ି ଗାଁ ଲୋକଙ୍କୁ ରାଜି କରାଇଥିଲେ” ବୋଲି ଫକିରୁଦ୍ଦିନ୍ କହିଛନ୍ତି ।
“ମୁଁ ଗାଁ ଲୋକଙ୍କୁ କହିଲି ପିଲାମାନଙ୍କୁ ଧର୍ମ ଶିକ୍ଷା ଅପେକ୍ଷା ମୂଳ ଶିକ୍ଷା ଏବଂ ଔପଚାରିକ ଶିକ୍ଷା ମଧ୍ୟ ଶିଖିବା ଦରକାର ଏବଂ ଏହାର ପ୍ରଭାବ ମଧ୍ୟ ଗ୍ରାମବାସୀଙ୍କ ଉପରେ ପଡ଼ିଥିଲା । କିଛି ଗ୍ରାମବାସୀ ମତେ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ କରୁ ନଥିଲେ । କିନ୍ତୁ ଧୀରେ ଧୀରେ ସେମାନେ ମଧ୍ୟ ଏହି କାମ ପାଇଁ ନିଜର ସମର୍ଥନ ଜଣାଇଥିଲେ” ବୋଲି ମୌଲାନା ହାନିଫ୍ କହିଛନ୍ତି । ଠେକ୍ରାର ଅଲ୍ଲୀ ଶେର୍ ନାମକ ଜଣେ ଗ୍ରାମବାସୀ ଡ଼. ବେଦ୍ କୁମାରୀ ସ୍ମତି ବିଦ୍ୟାଳୟ ଖୋଲିବା ପାଇଁ ନିଜର ଗୋଟେ ଘର ଦେଇଥିଲେ । ଅଲ୍ଲୀଙ୍କ କହିବା ଅନୁଯାୟୀ ଏନ୍ଜିଓର ଲକ୍ଷ ଝିଅମାନଙ୍କୁ ଶିକ୍ଷିତ କରାଇବାକୁ ଥିବାରୁ ମୁଁ ସେମାନଙ୍କର ଏହି ପ୍ରସ୍ତାବରେ ରାଜି ହୋଇଥିଲି ଏବଂ ପ୍ରଥମ ବ୍ୟଚ୍ରେ ମୋର ବଡ଼ ଝିଅ ଇମ୍ରାନାକୁ ପଢ଼ିବାକୁ ଛାଡ଼ିଥିଲି । ଏହା ପରେ ଶିକ୍ଷକମାନେ ଘର ଘର ବୁଲି ପ୍ରଚାର ଆରମ୍ଭ କରିଥିଲେ । କିଛି ଦିନ ପରେ ସମସ୍ତେ ନିଜ ଝିଅମାନଙ୍କୁ ପଢ଼ିବା ପାଇଁ ଛାଡ଼ିବା ଆରମ୍ଭ କଲୋ ପୁଅମାନେ ମାସିକ ୨୦ ଟଙ୍କା ଦେଉଥିବା ବେଳେ ଝିଅମାନେ ୧୦ ଟଙ୍କା ଦେଉଥିଲେ ।
୨୦୦୬ରେ ଅଲ୍ଲୀ ଶେର୍ ସ୍କୁଲ ଘର କରିବା ପାଇଁ ୪୯.୧୭ ଏକର ଜମି ଏନ୍ଜିଓକୁ ଦାନ କରିଥିଲେ । ସ୍କୁଲ ନିର୍ମାଣ ହେବା ପରେ ଧୀରେ ଧୀରେ ପିଲା ପଢ଼ିବା ପାଇଁ ଆଗ୍ରହୀ ହେଲେ । ଏବେ ଠେକ୍ରା ଗ୍ରାମର ଝିଅମାନେ ଆତ୍ମ ନିର୍ଭରଶୀଳ ହେବା ସହ ନିଜ ଜୀବନର ନିଷ୍ପତ୍ତିି ନିଜେ ନେଇ ପାରୁଛନ୍ତି ।