ନୂଆଦିଲ୍ଲୀ: ବେକାରୀ ଏପରି ଏକ ସମସ୍ୟା, ଯାହା ହେତୁ ଯୁବକମାନଙ୍କୁ ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥାଏ। ଏହା ଏକ ଏପରି ସମସ୍ୟା ଯାହା ଯୁବପିଢ଼ିମାନଙ୍କ ମୁଣ୍ଡବିନ୍ଧାର କାରଣ ବନିଥାଏ। ରାସ୍ତାରେ ଏବଂ ଚା ଦୋକାନରେ ବସିଥିବା ଲୋକମାନେ ପ୍ରାୟତଃ ଏହି ବିଷୟରେ ଆଲୋଚନା କରୁଥିବା ଦେଖାଯାଏ। ସୋସିଆଲ ମିଡିଆରେ ମଧ୍ୟ ଏହି ବିଷୟରେ ଅଧିକାଂଶ ସମୟରେ ମିମ୍ ଦେଖିବାକୁ ମିଳିଥାଏ। ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ କିଛି ଯୁବକ ଏକତ୍ର ହୋଇ ବେକାରୀ ସମସ୍ୟା ବିଷୟରେ ଏକ ମଜାଳିଆ ଗୀତ ପ୍ରସ୍ତୁତ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି ଏବଂ ଭାଇରାଲ ହେଉଛି। ଭାଇରାଲ ହୋଇଥିବା ଏହି ମଜାଳିଆ ଗୀତ କରଣ ଜୋହରଙ୍କ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ର ସ୍ୱର ଉପରେ ଆଧାରିତ।
मेरी उमर के बेरोजगारों..
जाति धर्म के चश्मे उतारो..!! #बेरोजगारी_के_खिलाफ_भारतpic.twitter.com/ltYbfXUigJ— #Andolanjeevi Vandana Gupta (@vandana_21gupta) September 21, 2023
ଭାଇରାଲ୍ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରୁଥିବେ ଯେ କିଛି ଯୁବକ ଏକ ବ୍ୟାଣ୍ଡ ପରି ସେଟଅପ୍ ରେ ଠିଆ ହୋଇଥିବା ଦେଖାଯାଏ। ସମସ୍ତ ଯୁବକମାନଙ୍କୁ ଏକ ଅଜବ ଆଚରଣ କରୁଥିବାର ଦେଖିବାକୁ ମିଳିଛି। ଜଣେ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ବେଳେ ଅନ୍ୟ ଜଣେ ପ୍ୟାଣ୍ଟ ଉପରେ ଲୁଙ୍ଗି ପିନ୍ଧିଛନ୍ତି। କେହି କେହି ରଙ୍ଗୀନ ଚଷମା ପିନ୍ଧିଥିବା ବେଳେ ଜଣେ ତାଙ୍କର ପୂରା ଚେହେରାକୁ ଆଚ୍ଛାଦନ କରିଛନ୍ତି। ଏପରି ନିଆରା ବେଶ ଧରି ଯୁବକମାନେ ‘ମେରି ଉମର କେ ବେରାଜଗାରୋଁ’ ଗୀତ ଗାଉଛନ୍ତି। ସେମାନେ ଜଣେ ଜଣେ ରକ୍ଷ୍ଟାର୍ଙ୍କ ପରି ଅଭିନୟ କରୁଛନ୍ତି ।