ନୂଆଦିଲ୍ଳୀ: ଅଷ୍ଟ୍ରେଲିଆର ଏକ ସମୁଦ୍ରକୂଳରୁ ମିଳିଛି ୧୦ ବର୍ଷ ପୁରୁଣା ଏକ ଚିଠି। ସମୁଦ୍ରକୂଳରେ ସଫା କରୁଥିବା ସଫେଇ କର୍ମଚାରୀମାନେ ଏକ ବୋତଲ ଭିତରୁ ଏହି ଚିଠିକୁ ପାଇଛନ୍ତି। ଯଦିଓ ସମୁଦ୍ରକୂଳରୁ ପ୍ଲା‌ଷ୍ଟିକ୍‌ ମିଳିବା ଏକ ସାଧାରଣ କଥା ହେଲେ ବୋତଲ ଭିତରୁ ଚିଠି ବାହାରିବା ପରି ଏକ ବିରଳ ଘଟଣା ସଭିଙ୍କୁ ଚକିତ କରିଛି। ତେବେ ବୋତଲ ଭିତରୁ ବାହାରିଥିବା ଏହି ଚିଠିକୁ ଜଣେ କୁନି ଝିଅ ଲେଖିଥିଲା ବୋଲି ଜାଣିବାକୁ ମିଳିଛି।

Advertisment

ସେହି ଚିଠିରେ ଲେଖାଥିଲା, ‘‌ମୋ ନାମ ଇନେସ୍‌ ଜାପ୍‌କାନ୍‌। ମୋତେ ୮ ବର୍ଷ ବୟସ। ଯାହାକୁ ବି ଏହି ବୋତଲ ମିଳିବ ତାଙ୍କୁ ମୁଁ ଓ ମୋ ପରିବାର ପକ୍ଷରୁ ଶୁଭକାମନା ମିଳିବ।’

ତେବେ ଏହି ବାର୍ତ୍ତାକୁ ପାଇବା ପରେ ଚିଠିଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ଇବାଂସ। ସେ ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ଚିଠି ଲେଖିଥିବା କୁନି ଝିଅ ଜାପ୍‌କାନ୍‌ଙ୍କ ବିଷୟରେ ଜାଣିବାକୁ ମିଳିଛି। ‌ସେ ଏବେ ୧୮ ବର୍ଷ ବୟସର ହେ‌ାଇ ଯାଇଛନ୍ତି। ଅର୍ଥାତ ତାଙ୍କର ଏହି ଚିଠି ୧୦ ବର୍ଷ ହେଲା ସମୁଦ୍ରରେ ଏକ ବୋତଲ ଭିତରେ ଭାସୁଥିଲା।

ଇବାଂସଙ୍କ ସହ କଥା ହୋଇ ଜାପ୍‌କାନ୍‌ କହିଛନ୍ତି କି ସେ ଠିକ୍‌ ୧୦ ବର୍ଷ ତଳେ ଭିକ୍ଟୋରିଆର ପୋର୍ଟଲାଣ୍ଡ୍‌ରେ ଏହି ଚିଠିକୁ ବୋତଲରେ ରଖି ଭସାଇଥିଲେ। ସେ ଏକ ମଜାଦାର ଅନ୍ଦାଜରେ ଲେଖିଛନ୍ତି, ‘ମ‌ୋର ଦୁଃଖ ଯେ ମୁଁ ଚିଠି ସହ ଏକ ମିଲିୟନ୍‌ ପାଉଣ୍ଡ୍‌ ପଠାଇ ପାରିଲିନି। ହେଲେ ଖୁସି ଲାଗୁଛି ଯେ ଆପଣମାନେ ମୋ‌ତେ ଯୋଗାଯୋଗ କରିଛନ୍ତି।’