ମେଟାର ବଡ଼ ଘୋଷଣା; ଏବେ ବଦଳିବ ଫେସବୁକ୍‌ର ଚେହେରା, ନୂଆ ରୂପରେ ଆସିବ ନ୍ୟୁଜ୍ ଫିଡ୍

ନୂଆଦିଲ୍ଲୀ:  ‘ମେଟା’ ନିଜର ସୋସିଆଲ ମିଡିଆ ଆପ୍ ଫେସବୁକ୍ ପାଇଁ ଏକ ନୂଆ ଅପଡେଟ୍ ଆଣୁଛି । ଏହା ଫଳରେ  ଉପଭୋକ୍ତା ଫେସବୁକ୍ ଆପ୍ ଖୋଲିଲେ  ‘ହୋମ୍’ ଏବଂ ‘ଫିଡ୍’ ଆଦି ଦୁଇଟି ଟ୍ୟାବ୍ ପାଇବେ । ଏହି ନୂଆ ଅପଡେଟଟି ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

ଆଜିକାଲି କିଏ ବା ଫେସବୁକ୍‌ ଵ୍ୟଵହାର ନ କରୁଛି ? ଫେସବୁକ୍‌ର ବ୍ୟବହାର ବୟସ  ଓ ବର୍ଗ ନିର୍ବିଶେଷରେ  ଦୁନିଆର ଅଧିକାଂଶ ଲୋକ କରୁଛନ୍ତି । ଉପଭୋକ୍ତାଙ୍କ ରୁଚିକୁ ଦେଖି କମ୍ପାନୀ ଏହାର ନ୍ୟୁଜ୍ ଫିଡରେ ଏକ ବଡ଼ ପରିବର୍ତ୍ତନ କରୁଛି । ମେଟା ଗୁରୁବାର ଏକ ନୂଆ ଫିଚର୍‌ ବିଷୟରେ ଘୋଷଣା କରିଛି । ଏହି ନୂଆ ଫିଚର ଅନୁସାରେ ଆପଣ ‘ହୋମ୍’ ଏବଂ ‘ଫିଡ୍’ ନାମକ ଦୁଇଟି ଟ୍ୟାବ୍ ଉପଲବ୍ଧ ହେବ । ଆପଣ ଆପ୍ ଖୋଲିବା ମାତ୍ରେ  ହୋମ ସ୍କ୍ରିନ ଦେଖିବେ । ଏହି ଟ୍ୟାବରେ, ଉପଭୋକ୍ତାମାନେ ରିଲ୍,ଷ୍ଟୋରି ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ବିଷୟବସ୍ତୁ ଦେଖିବାକୁ ପାଇବେ । ଅନ୍ୟପଟେ, ଦ୍ୱିତୀୟ ଟ୍ୟାବକୁ ଫିଡ୍ ନାମ ଦିଆଯାଇଛି, ଯେଉଁଥିରେ ଉପଭୋକ୍ତାମାନେ ସାଙ୍ଗମାନଙ୍କ ପୋଷ୍ଟ, ଫେସବୁକ୍ ପେଜ୍ ଏବଂ ପ୍ରିୟ ବିଷୟବସ୍ତୁ ବିଷୟରେ ସୂଚନା ପାଇବେ ।

ମେଟା ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଏଥର ବିଷୟବସ୍ତୁ ବଦଳିବାରେ ଲାଗିବ । ଉପଭୋକ୍ତାମାନେ ଅଧିକ ସମୟ ବିତାଉଥିବା ଟ୍ୟାବଗୁଡ଼ିକ ପ୍ରଥମେ ଦେଖାଯିବ । ଉପଭୋକ୍ତାମାନେ ଟ୍ୟାବଗୁଡ଼ିକୁ ପିନ୍ କରିବାର ବିକଳ୍ପ ମଧ୍ୟ ପାଇବେ, ଯାହାଫଳରେ ଟ୍ୟାବଗୁଡ଼ିକର ସ୍ଥିତି ପରିବର୍ତ୍ତନ ହେବନାହିଁ ।

ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ନୂଆ ଅପଡେଟ ସର୍ବଭାରତୀୟସ୍ତରରେ ଆରମ୍ଭ ହେବ ବୋଲି ମେଟା କହିଛି । ନୂଆ ଫିଚର୍‌ ଯୋଡ଼ିବା ଅର୍ଥ ହେଉଛି ମେଟା ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ “ଟିକଟକ୍” ପରି କରିବାକୁ ଚାହୁଁଛି । ଟିକଟକର ଫିଚର୍‌ ଯେପରି ଉପଭୋକ୍ତାମାନଙ୍କୁ ଦେଖାଯାଉଥିଲା ଏବଂ ପସନ୍ଦ ଆସୁଥିଲା ସେହିଭଳି ଫେସବୁକର ନୂଆ ବିକଳ୍ପ ସେଟିଂରେ ମଧ୍ୟ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର