ଲଣ୍ଡନ୍: ଭାଗ୍ୟ କେତେବେଳେ ଚମକି ଉଠିବ ତାହା କେହିବି ଜାଣି ନଥାଆନ୍ତି। ଇଂଲଣ୍ଡରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କୃଷକ ଓ ଟ୍ରେଜର ହଣ୍ଟର ରାତାରାତି ମାଲାମାଲ ହୋଇ ଯାଇଛନ୍ତି।
ସୂଚନାଯୋଗ୍ୟ, ୩୫ବର୍ଷୀୟ ମାଇକ୍ ସ୍ମେଲ ମେଟଳ ଡିଟେକ୍ଟର ନେଇ ଖଜଣା ଖୋଜିବାର କାମ କରନ୍ତି। ନିକଟରେ ସେ ଏକ କ୍ଷେତ ଦେଇ ଯାଉଥିବା ସମୟରେ ଜମି ତଳେ କିଛି ଥିବା ନେଇ ସଙ୍କେତ ମିିଳିଥିଲା। ଏହାପରେ ସେ ଜମିକୁ ଖୋଳା ଯାଇଥିଲା ଏବଂ ସେଠାରୁ ୨ହଜାର ବର୍ଷ ପୁରୁଣା ୬୦୦ଟି କଏନ୍ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨କୋଟି ହେବ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2018/08/mike-300x225.jpg)
ମାଇକ୍ଙ୍କ କହିବାନୁସାରେ, ସେ ଏହି ଜମି ଦେଇ ଯାଉଥିବା ସମୟରେ ମେଡଲ ଡିଟେକ୍ଟର ତାଙ୍କୁ ଏକ ସଙ୍କେତ ଦେବା ଆରମ୍ଭ କରିଥିଲା। ଜମିରୁ କିଛି ଫୁଟ ତଳକୁ ଖୋଳିବା ପରେ ଫୁଟବଲ୍ ଆକାରା କଏନ୍ ଗୋଚ୍ଛା ମିଳିଥିଲା। କଏନ୍ର ସଠିକ୍ ମୂଲ୍ୟ ଜାଣିବା ପାଇଁ ଯାଞ୍ଚ କରାଯାଉଛି।
ଏହି ଖଜଣାର ଅଧା ମୂଲ୍ୟ ମାଇକ୍ ଓ ଅଧା କୃଷକଙ୍କୁ ମିଳିବ। ଏହି କଏନ୍କୁ ଇଂଲଣ୍ଡର ସରକାରୀ ମ୍ୟୁଜିୟମ୍ରେ ସୁରକ୍ଷିତ ରଖାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/mike1.jpg)