ତାଜ୍‌ ମହଲ ବୁଲି ସାରିବା ପରେ ହିନ୍ଦୁ ରୀତିନୀତିରେ ବିବାହ କଲେ ମେକ୍ସିକୀୟ ଦମ୍ପତି

ଆଗ୍ରା: ଜଣେ ମେକ୍ସିକୀୟ ଦମ୍ପତି ଆଗ୍ରାରେ ବିବାହ କରିଛନ୍ତି। ସେମାନେ ତାଜ୍‌ ମହଲ ପରିଦର୍ଶନ କରିବା ପରେ ପୂରା ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ‌ହୋଇଛନ୍ତି। ସେମାନେ ତାଜ୍‌ ନଗରରେ ଥିବା ଏକ ଶିବ ମନ୍ଦିର ପରିସରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏହି ବିବାହରେ ଦମ୍ପତିଙ୍କର କିଛି ସ୍ଥାନୀୟ ବନ୍ଧୁ ଉପସ୍ଥିତ ରହିଥିଲେ। ବିବାହ ସହିବା ପରେ ସମସ୍ତେ ମିଶି ଏକ ସ୍ଥ‌ାନୀୟ ରେଷ୍ଟୁରାଣ୍ଟ୍‌ରେ ଭୋଜନ କରିଥିଲେ। ତାଙ୍କର ଏହି ଉତ୍ସବରେ ସ୍ଥାନୀୟ ଟୁର୍‌ ଅପରେଟର୍‌, ଗାଇଡ୍‌, ଡ୍ରାଇଭର୍‌ ଏବଂ କିଛି ହୋଟେଲ୍‌ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

ଗୌରଭ ଗୁପ୍ତା ନାମକ ଜଣେ ସ୍ଥାନୀୟ ହୋଟେଲ୍‌ କର୍ମଚାରୀ ସମସ୍ତ ଦାୟିତ୍ବ ଗ୍ରହଣ କରି ଏହି ବିଦେଶୀ ଦମ୍ପତିଙ୍କ ବିବାହ କରାଇଛନ୍ତି। ଏହି ବିଦେଶୀ ଦମ୍ପତିଙ୍କ ନାମ କ୍ଲାଉଡିଆ ଏବଂ ସେରାମିକୋ।

www.indiatoday.in

ସେମାନଙ୍କ କହିବା କଥା ହେଉଛି ସେମାନେ ତାଜ୍‌ ମହଲ ଆସିବା ପୂର୍ବରୁ ଶାହାଜାନ୍‌ ଏବଂ ମୁମ୍‌ତାଜଙ୍କ ପ୍ରେମ କାହାଣୀ ସଂପର୍କରେ ଶୁଣିଥିଲେ। ସେମାନଙ୍କ ପ୍ରେମ କାହାଣୀ ଦମ୍ପତିଙ୍କୁ ଖୁବ୍‌ ପ୍ରେରିତ କରିଥିଲା। ସେହି କାରଣରୁ ସେମାନେ ବି ନିଜ ପ୍ରେମକୁ ଅମର ଓ ସ୍ମରଣୀୟ କରିବା ଉଦେଶ୍ୟ‌ରେ ଏଠାରେ ବିବାହ କରିବାକୁ ଚିନ୍ତା କରିଥିଲେ।

ଏହାଛଡ଼ା ସେମାନେ ଭାରତୀୟ ସଂସ୍କୃତି ଓ ପରମ୍ପରା ଦ୍ବାରା ବିଶେଷ ଭାବେ ପ୍ରଭାବିତ ବୋଲି ମଧ୍ୟ କହିଛନ୍ତି। ସେମାନେ ଯଦି ପ୍ରେମର ସହର ଆଗ୍ରାରେ ବିବାହ କରନ୍ତି ତେବେ ମେସାନଙ୍କ ପ୍ରେମ ସବୁଦିନ ରହିବ ବୋଲି ବିଶ୍ବାସ ରଖି ସେମାନେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର