ମୋରିସ୍ ଗାରେଜ୍ ତରଫରୁ ଭାରତରେ ଲଞ୍ଚ ହୋଇଛି ନୂଆ ୱିଣ୍ଡସର୍ ଇଭି ପ୍ରୋ। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୭.୪୯ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୫୨.୯ କିଲୋୱାଟ୍ର ପ୍ରିଜମେଟିକ୍ ସେଲ୍ ବ୍ୟାଟେରି ପ୍ୟାକ୍ ରହିଛି। ଥରେ ଚାର୍ଜ କଲେ ଏହା ୪୪୯ କିଲୋମିଟର ରେଞ୍ଜ ଦେଇପାରିବ ବୋଲି କମ୍ପାନି ଦାବି କରିଛି।
ଏହାସହିତ ଏଥିରେ ଅଟୋେନାମସ୍ ଲେବଲ୍-୨ ଆଡାସ୍, ୬ଟି ଏୟାର୍ ବ୍ୟାଗ୍, ଡୁଆଲ୍ ଟୋନ୍ ଇଭୋରି ଇଣ୍ଟେରିୟର୍, ପାୱାର୍ ଟେଲ୍ଗେଟ୍, ଗ୍ଲାସ୍ ରୁଫ୍, ୧୫.୬ ଇଞ୍ଚର ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ୍, ୨୫୬ କଲର୍ ଏମ୍ବିଏଣ୍ଟ ଲାଇଟ୍ (ଏଲ୍ଇଡି ବାଏ ୟୋର୍ ମୁଡ୍), ୬-ୱେ ପାୱାର୍ ଡ୍ରାଇଭର୍ ସିଟ୍ ପରି ବୈଶିଷ୍ଟ୍ୟ ରହିଛି। ୱିଣ୍ଡସର୍ ଇଭି ପ୍ରୋ ୪ଟି ଭାରିଆଣ୍ଟ ଏବଂ ସେଲାଡନ୍ ବ୍ଲୁ, ଟର୍କୱାଇଜ୍ ଗ୍ରିନ୍, ଅରୋରା ସିଲ୍ଭର୍, ପର୍ଲ ହ୍ବାଇଟ୍, ଗ୍ଲେଜ୍ ରେଡ୍ ଓ ଷ୍ଟାର୍ବର୍ଷ୍ଟ ବ୍ଲାକ୍ ପରି ୬ଟି ରଙ୍ଗରେ ଉପଲବ୍ଧ।