ବୁଲା ବିକାଳିରୁ କୋଟିପତି ଚିତ୍ରଶିଳ୍ପୀ

ଶିଳ୍ପୀମାନଙ୍କର ଜୀବନ ସର୍ବଦା ଅପ୍ରତ୍ୟାଶିତ ଏବଂ ବେଳେ ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ହୋଇଥାଏ। ମାତ୍ର ରାସ୍ତାକଡ଼ରେ ବୁଲି ଅନାବନା ରେଖା ଚିତ୍ର (ଡୁଡଲ ପେଣ୍ଟିଂ)କୁ ମାତ୍ର ଗୋଟିଏ ଡଲାରରେ ବିକିପାରୁନଥିବା ଚିତ୍ରଶିଳ୍ପୀ ସାମ୍‌ କକ୍ସ ନିଜର ଏକାଗ୍ରତା ଓ ଅଧ୍ୟବସାୟ ଯୋଗୁଁ ପାଞ୍ଚ ବର୍ଷ ପରେ ତାହାକୁ କୋଟିଏ ଡଲାରରେ ବିକ୍ରି କରିବାର କାହାଣୀ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏକଦା ନିଜ ପେଟ ପାଇଁ ମୁଠେ ଦାନା ପାଇଁ ସାରା ଦିନ ରାସ୍ତାକଡ଼ରେ ଖରା, ବର୍ଷା, ଶୀତରେ ସନ୍ତୁଳି ହେଉଥିବା କକ୍ସଙ୍କ ସଂଘର୍ଷର ପ୍ରେରଣାଦାୟୀ କାହାଣୀ ଲୋକଲୋଚନକୁ ଆସିଛି।

ମାତ୍ର ୧୫ ବର୍ଷ ବୟସ ବେଳୁ ସେ ଡୁଡଲ୍ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ତେବେ ୨୦୧୭ରେ ତାଙ୍କ ଅସଲି ଚିତ୍ରଶିଳ୍ପୀ ଜୀବନ ସ୍ବୀକୃତି ଲାଭ କରିଥିଲା ଯେତେବେଳେ ସେ କେବଳ କଳା ରଙ୍ଗରେ ଆଙ୍କିଥିବା ଡୁଡଲ୍ ଛବିକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ସେହି ଛବିଟି ଇନ୍‌ଷ୍ଟାଗ୍ରାମରେ ୨.୮ ନିୟୁତ ଲୋକଙ୍କୁ ଆକର୍ଷିତ କରିଥିଲା। ନିକଟରେ ସେ ଛାଡ଼ିଥିବା ଭିଡିଓରେ ଅତୀତରେ ସେ କେମିତି ରାସ୍ତାକଡ଼ରେ ଛିଡ଼ା ହୋଇ ଚିତ୍ରକଳା ବିକୁଥିଲେ, ତାହା ଦର୍ଶାଇଛନ୍ତି। ତେବେ ମଜାର କଥା, ଯେଉଁ ଛବିଗୁଡ଼ିକୁ ଲୋକେ ମାତ୍ର ଗୋଟିଏ ଡଲାରରେ କିଣିବାକୁ ପସନ୍ଦ କରୁନଥିଲେ, ସେଗୁଡ଼ିକ ଏବେ କୋଟି କୋଟି ଟଙ୍କାରେ ନିଲାମ ହେଉଛି।

ସମ୍ବନ୍ଧିତ ଖବର