କୋଟିପତି ବାପାଙ୍କ ଅଜବ ଘୋଷଣା : ଯିଏ ମୋ ଝିଅକୁ ବିବାହ କରିବ, ତା’କୁ ୨କୋଟି ଟଙ୍କା ଦେବି !
ନୂଆଦିଲ୍ଲୀ : ପ୍ରତିଦିନ କଛି ନା କିଛି ଅଜବ ଘଟଣା ସାମ୍ନାକୁ ଆସିଥାଏ । ଏବେ ଜଣେ କୋଟିପତି ବ୍ୟକ୍ତି ନିଜ ଝିଅର ବିବାହ କରିବା ପାଇଁ ଯେଉଁ ଘୋଷଣା କରିଛନ୍ତି, ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା । ଯିଏ ତାଙ୍କ ଝିଅକୁ ବିବାହ କରିବ, ତାକୁ ୨କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିବା ପରେ ଏବେ ବିବାହ ପାଇଁ ଯୁବକଙ୍କ ଭିଡ଼ ଲାଗୁଥିବା ଜଣାପଡ଼ିଛି । ଥାଇଲାଣ୍ଡର ଚୁମ୍ଫୋନରେ ରହୁଥିବା ବ୍ୟକ୍ତିଙ୍କ କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଚୁମ୍ଫୋନରେ ରହୁଥିବା ଆର୍ନନ୍ ରଡ୍ଥଙ୍ଗ ନିଜ ୨୬ବର୍ଷୀୟ ଝିଅର ବିବାହ ହୋଇ ପାରୁ ନଥିବାରୁ ଏଭଳି କରିବା ପାଇଁ ଚିନ୍ତା କରିଥିଲେ । ଆର୍ନନ୍ଙ୍କ ଝିଅ କର୍ନିଷ୍ଟା ସ୍ନାତକ ହାସଲ କରି ସାରିଥିବା ସହ ଚାଇନିଜ୍ ଏବଂ ଇଂରାଜୀ ଭାଷା ଖୁବ୍ ଭଲ ଭାବରେ କହି ପାରୁଛନ୍ତି । ଏତେ ସବୁ ପରେ ମଧ୍ୟ କର୍ନିଷ୍ଟାଙ୍କ ବିବାହ ହୋଇ ପାରୁ ନଥିବାରୁ ଆର୍ନନ୍ ୨କୋଟି ଟଙ୍କାର ଉପହାର ରାଶି ଘୋଷଣା କରିଛନ୍ତି ।
କିନ୍ତୁ ନିଜ ଝିଅ ପାଇଁ ସେ ୩ଟି ଗୁଣ ଥିବା ବର ଖୋଜୁଥିବା ନେଇ ସ୍ପଷ୍ଟ କରିଛନ୍ତି । ଏହି ୩ଟି ଗୁଣ ଥିଲେ ଯାଇ ତାଙ୍କ ଝିଅକୁ ବିବାହ କରି ପାରିବ ବୋଲି ଆର୍ନନ୍ ଜଣାଇଛନ୍ତି । ତାଙ୍କ ଝିଅକୁ ବିବାହ କରିବା ପାଇଁ ହେଲେ, ପ୍ରଥମେ ବର ସେତେଟା ଚାଲାକ ନହେଲେ ବି ଚଳିବା କିନ୍ତୁ ଲେଖି ଏବଂ ପଢ଼ି ଜାଣିବା ଦରକାର । ଦ୍ୱିତୀୟରେ ଅଳସୁଆ ନ ହୋଇ କଠିନ ପରିଶ୍ରମ କରିବାରେ ବିଶ୍ୱାସ ରଖୁଥିବ । ତୃତୀୟରେ କଞ୍ଜୁସ ହୋଇ ନଥିବା ଦରକାର ବୋଲି କହିଛନ୍ତି ଆର୍ନନ୍ । ଆର୍ନନ୍ ଜଣେ ଡୁରିଆନ୍ କୃଷକ ହୋଇଥିବା ବେଳେ ଝିଅର ବିବାହ ପରେ ତାଙ୍କ ଜ୍ୱାଇଁ ସେ ସବୁ ସମ୍ଭାଳୁ ବୋଲି ସେ ଇଚ୍ଛା ରଖିଛନ୍ତି । ଯାହା ପାଇଁ ସେ ଏହି ୩ଟି ଗୁଣ ଥିବା ଯୁବକ ଖୋଜୁଛନ୍ତି ।