ଚତୁର୍ଥ ଥର ପାଇଁ ଏହି କାରଣରୁ ନିଜ ଠାରୁ ୩୦ବର୍ଷ ସାନ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି କୋଟିପତି

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଜଣେ ୫୧ବର୍ଷୀୟ କୋଟିପତି ବ୍ରେଣ୍ଡନ ୱେଡେ ଚତୁର୍ଥ ଥର ବିବାହ କରିବାକୁ ଯାଉଛନ୍ତି। ତାଙ୍କର ଚତୁର୍ଥ ସ୍ତ୍ରୀଙ୍କ ନାମ ଡାନା ରୋଜାବେଲ ଓ ବୟସ ୨୧ବର୍ଷ ବୋଲି ଜଣାପଡ଼ିଛି। ୱେଡେ ଏକ ଡେଟିଙ୍ଗ ୱେବସାଇଟ ଚଲାନ୍ତି। ଏହି ୱେବସାଇଟ ଜରିଆରେ ‌ୱେଡେଙ୍କ ଡାନାଙ୍କ ସହିତ ସାକ୍ଷାତ ହୋଇଥିଲା। କିଛିଦିନ ମଧ୍ୟରେ ଉଭୟ ଉଭୟଙ୍କୁ ମନ ଦେଇ ଭଲ ପାଇ ବସିଥିଲେ। ଏଥିସହିତ ଦୁହିଁଙ୍କ ନିର୍ବନ୍ଧ ବି ଶେଷ ହୋଇଯାଇଛି। ଖୁବ ଅଳ୍ପଦିନ ମଧ୍ୟରେ ଦୁହିଁଙ୍କ ବିବାହ ହେବାକୁ ଯାଉଛି।

ତେବେ ଏହି ବିବାହକୁ ନେଇ ୱେଡେ କହିଛନ୍ତି, ଡାନା ରୋଜବେଲ ରୂପରେ ସେ ବାସ୍ତବରେ ପ୍ରେମ କ’ଣ ହୋଇଥାଏ ତାହା ପାଇଛନ୍ତି। ଏବେ ‌ସେ ଡାନାଙ୍କ ସହିତ ତାଙ୍କର ଆଗାମୀ ଜୀବନ କାଟିବେ ବୋଲି ସ୍ଥିର କରିଛନ୍ତି। ପ୍ରଥମେ ଯେତେବେଳେ ଦୁହିଁଙ୍କ ଭେଟ ହୋଇଥିଲା ବିବାହ କଥା ଚିନ୍ତା କରି ନଥିଲେ। କିନ୍ତୁ କିଛିିଦିନ ମିଶିବା ପରେ ଦୁହେଁ ଜୀବନସାଥୀ ଭାବେ ବାଟ ଚାଲିବାକୁ ସ୍ଥିର କରିଥି‌ଲେ।

 

ଦୁହିଁଙ୍କ ମଧ୍ୟରେ ବୟସ ବ୍ୟବଧାନ ୩୦ବର୍ଷ ରହିଛି।  ଏନେଇ ୱେଡେ ଓ ତାଙ୍କ ପ୍ରେମିକା‌ଙ୍କୁ କୌଣସି ଅସୁବିଧା ନାହିଁ। ବିବାହ ପରେ ଯେତେ ଅସୁବିଧା ଆସିଲେ ବି ଦୁହେଁ ‌କେବେ ଛାଡ଼ପତ୍ର ଦେବେ ‌ନାହିଁ ବୋଲି ସ୍ଥିର କରିଛନ୍ତି। କାରଣ ୱେଡେ ପୂର୍ବରୁ ତିନିଜଣଙ୍କୁ ବିବାହ କରିଥିଲେ। ଆଉ ଏହି ତିନିଟି ବିବାହ ତାଙ୍କ ଜୀବନରେ ଅସଫଳ ରହିଥିଲା। ରୋଜବେଲଙ୍କ ଠାରୁ ‌ସେ ପ୍ରକୃତ ପ୍ରେମ ଓ ଭଲପାଇବା ପାଇଛନ୍ତି ଯାହାକୁ ୱେଡେ ହରାଇବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର