୪ର୍ଥ ଥର ପାଇଁ ବିବାହ କରିବେ ‘ପ୍ରେମ ଗରିବ ଲୋକଙ୍କ ଦ୍ବାରା ଉଦ୍ଭାବନ ହୋଇଛି’ ବୋଲି ଦାବି କରୁଥିବା କୋଟିପତି

ନୂଆଦିଲ୍ଲୀ: ‘ପ୍ରେମ ଗରିବ ଲୋକଙ୍କ ଦ୍ବାରା ଉଦ୍ଭାବନ ହୋଇଛି’ ବୋଲି ଦାବି କରୁଥିବା ଜଣେ କୋଟିପତି ୫୧ ବର୍ଷ ବୟସରେ ୪ର୍ଥ ଥର ବିବାହ କରିବାକୁ ଯାଉଛନ୍ତି। ଏହି ବ୍ୟକ୍ତିଙ୍କ ନାମ ବ୍ରେଣ୍ଡେନ୍‌ ୱେଡ୍‌। ସେ ୪ର୍ଥ ଥର ପାଇଁ ୨୧ ବର୍ଷୀୟା ଯୁବତୀ ଡାନା ରୋଜ୍‌ୱାଲାଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେମାନେ ପରସ୍ପରଙ୍କୁ ଏକ ଆମେରିକାର ଏକ ଡେଟିଂ ୱେବ୍‌ସାଇଟ୍‌ରୁ ଜାଣନ୍ତି।

ବ୍ରେଣ୍ଡେନ୍‌ ୱେଡ୍‌ କହିଛନ୍ତି କି ଛାଡ଼ପତ୍ର ଦେବାର ତାଙ୍କର ପୂର୍ଣ୍ଣ ଅଧିକାର ଅଛି। ସେ ଆହୁରି ବି କହିଛନ୍ତି କି ୟା ପୂର୍ବରୁ ସେ ଯେଉଁ ୩ ଜଣଙ୍କୁ ବିବାହ କରିଛନ୍ତି ସେମାନଙ୍କ ପ୍ରତି ଡାନାଙ୍କ ପରି ଭାବନା ନଥିଲା। ଡାନାଙ୍କ ପ୍ରତି ତାଙ୍କ ଭଲପାଇବା ଅନନ୍ତ, ସମୟୀହୀନ। ଡାନାଙ୍କ ପ୍ରତି ପ୍ରେମ ତାଙ୍କର ଜୀବନର ଶେଷ ଯାଏ ବୋଲି ସେ ଦାବି କରିଛନ୍ତି।

ଡାନା ପ୍ରେମ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି। ପ୍ରେମ ହିଁ ଏକ ମାତ୍ର ଜିନିଷ ଯାହା ସହ ମଣିଷ ଜୀବନ ଯାକ ଯୋଡ଼ି ହୋଇ ରହିବା ଉଚିତ ବୋଲି ଡାନା ତାଙ୍କୁ ଶିଖାଇଥିବା ବ୍ରେଣ୍ଡେନ୍‌ କହିଛନ୍ତି। ଡାନାଙ୍କର ଏହି ଭଲପାଇବା ବ୍ରେଣ୍ଡେନ୍‌ଙ୍କ ଧନ ପ୍ରତି ନୁହେଁ। ଯେପର୍ଯ୍ୟନ୍ତ ମୁଁ ଡାନାଙ୍କ ସହ ପ୍ରେମ ସଂପର୍କରେ ରହିବି ମୁଁ ଠିକ୍ ରହିବି  ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଡାନା କହିଛନ୍ତି ସେ ତାଙ୍କ ସ୍ବପ୍ନର ପୁରୁଷକୁ ପାଇ ବେଶ ଖୁସି। ବ୍ରେଣ୍ଡେନ୍‌ ଯେତେବେଳେ ତାଙ୍କୁ ବିବାହ କରିବାକୁ କହିଥିଲେ ସେ ତୁରନ୍ତ ହଁ ଭରିଥିଲେ।

 

 

 

 

ସମ୍ବନ୍ଧିତ ଖବର