ପାନ୍ନା: ମଧ୍ୟପ୍ରଦେଶର ପାନ୍ନା ଠାରେ ପ୍ରତିଦିନ ଜମିରେ କଠିନ ପରିଶ୍ରମ କରି ପରିବାର ଚଳାଉଥିବା ଦୁଇ ଜଣ ଶ୍ରମିକଙ୍କ ଭାଗ୍ୟ ଗୋଟିଏ ଦିନରେ ବଦଳି ଯାଇଛି। ଦୁଇଜଣ ଶ୍ରମିକ ମାଟି ଖୋଳୁଥିବା ବେଳେ ହଠାତ୍ ୨ ଖଣ୍ଡ ବଡ଼ ଓ ମୂଲ୍ୟବାନ ହୀରା ପାଇଥିବା ଜଣାପଡ଼ିଛି। ଏହି ହୀରାକୁ ପାଇବା ପରେ ଦୁହେଁ ହୀରା ସଂଗୃହୀତ କାର୍ଯ୍ୟାଳୟରେ ତାହାକୁ ଜମା କରିଥିଲେ।
ତେବେ ଜମା ହୋଇଥିବା ଗୋଟିଏ ହୀରା ଖଣ୍ଡ ୭.୪୪ କାରେଟର ହୋଇଥିବା ବେଳେ ଅନ୍ୟଟି ୧୪.୯୮ କାରେଟ୍ ବୋଲି ଜଣାପଡ଼ିଛି। ଅଧିକାରୀମାନେ ଏହାକୁ ନିଲାମ କରିବେ ଓ ୧୨.୫% ରୟାଲଟିକୁ ବାଦ ଦେବା ପରେ ଯାହା ଅର୍ଥ ମିଳିବ ତହାକୁ ସେମାନେ ଦୁଇ ଶ୍ରମିକ ଦିଲ୍ଲୀପ ଓ ଲଖନ ଯାଦବଙ୍କ ମଧ୍ୟରେ ବାଣ୍ଟିଦେବେ ।
/sambad/media/post_attachments/wp-content/uploads/2020/11/19_6498178_835x547-m-300x297.png)
ଦୁଇଟି ଯାକ ହୀରା ଖଣ୍ଡ ନିଲାମ ହୋଇ ନାହିଁ। ତଥାପି ବଜାର ଦର ଅନୁସାରେ, ୭.୪୪ କାରେଟ ହୀରା ଖଣ୍ଡର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ସେହିପରି ୧୪.୯୮ କାରେଟ ହୀରା ଖଣ୍ଡର ମୂଲ୍ୟ ୬୦ ଲକ୍ଷ ବା ତା’ଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।
/sambad/media/post_attachments/73172e3ca14134d2e6c3b59a837b58e526876590974234857619f4ebd66ac062.jpg)
ଏହି ଘଟଣାକୁ ନେଇ ହୀରା ଇନ୍ସସପେକ୍ଟର ଅନୁପମ ସିଂହ କହିଛନ୍ତି, ଗତ ରବିବାର ଦିଲ୍ଲୀପ ମିସ୍ତ୍ରୀ ଜରୁଆପୁରା ଖଣି ଖାଦାନରେ କାମ କରୁଥିଲେ। ଖଣି ଖାଦାନ ଖୋଲୁଥିବା ବେଳେ ସେ ୭.୪୪ କାରେଟର ଗୋଟିଏ ହୀରା ଖଣ୍ଡ ପାଇଥିଲେ। ସେହିପରି କ୍ରିଷ୍ଣ କଲ୍ୟାଣପୁର ଅଞ୍ଚଳରୁ ଲଖନ ଯାଦବ ୧୪.୯୮ କାରେଟ ହୀରା ଖଣ୍ଡ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/images-1.jpg)