ମିସ୍‌ ୟୁନିଭର୍ସ ଟାଇଟଲ୍‌ ପାଇଲେନି ଭାରତର ଶ୍ରଦ୍ଧା ଶଶୀଧର

ଲସଭେଗାସ୍‌: ୨୦୧୭ର ମିସ୍‌ ଓ୍ଵାର୍ଲଡ ଟାଇଟଲ ଭାରତର ମାନୁଷୀ ଛିଲ୍ଲର୍‌ ପାଇବାପରେ ସମସ୍ତଙ୍କର ନଜର ଥିଲା ମିସ୍‌ ୟୁନିଭର୍ସ ଟାଇଟଲ୍‌ ଉପରେ। କାରଣ ଅଧିକାଂଶ ଲୋକ ଭାବୁଥିଲେ ଯେ ୧୭ ବର୍ଷ ତଳେ ଭାରତ ଯେଉଁ ଇତିହାସ ସୃଷ୍ଟି କରିଥିଲା ଏଥର ବି ତାହାର ପୁନରାବୃତ୍ତି ଘଟିବ। ୨୦୦୦ ମସିହାରେ ଭାରତର ଦୁଇ ସୁନ୍ଦରୀ ଲାରା ଦତ୍ତା ଏବଂ ପ୍ରିୟଙ୍କା ଚୋପ୍ରା ଯଥାକ୍ରମେ ମିସ୍‌ ୟୁନିଭର୍ସ ଏବଂ ମିସ୍‌ ଓ୍ଵାର୍ଲଡ ଟାଇଟଲ୍‌ ହାସଲ କରି ଭାରତକୁ ଗୌରବ ଆଣି ଦେଇଥିଲେ। ଏହା ପୂର୍ବରୁ ୧୯୯୪ରେ ବି ଭାରତର ସୁସ୍ମିତା ସେନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ ଯଥାକ୍ରମେ ମିସ୍‌ ୟୁନିଭର୍ସ ଏବଂ ମିସ୍‌ ଓ୍ଵାର୍ଲଡ ଟାଇଟଲ୍‌ ହାସଲ କରିଥିଲେ।

photo-oneindia

ଏଥର କିନ୍ତୁ ସେଭଳି ଘଟିଲା ନାହିଁ। କାରଣ ମିସ୍‌ ୟୁନିଭର୍ସ ଟାଇଟଲ ଲାଗି ଭାରତରୁ ପ୍ରତିନିଧିତ୍ୱ କରୁଥିବା ଶ୍ରଦ୍ଧା ଶଶୀଧର ଏଥିରୁ ବଞ୍ଚିତ ହୋଇଛନ୍ତି। ଆଫ୍ରିକୀୟ ସୁନ୍ଦରୀ ଡେମି ଲେଘ ନେଲ ପିଟର ୨୦୧୭ର ମିସ୍‌ୟୁନିଭର୍ସ ଟାଇଟଲ ବିଜୟିନୀ ହୋଇଛନ୍ତି।

ସମ୍ବନ୍ଧିତ ଖବର