ନବୀନଙ୍କ କଥା ମାନିଲେ ସମୀର : ତାଲାବନ୍ଦ ସମୟରେ ଘରଣୀଙ୍କୁ ରୋଷେଇରେ କଲେ ସହଯୋଗ

ଭୁବନେଶ୍ବର: ରୋଷେଇ ଘରେ ମନ୍ତ୍ରୀ । ତାଲାବନ୍ଦ ବେଳେ ଭିନ୍ନ ଭୂମିକାରେ ନଜର ଆସିଲେ ଗଣଶିକ୍ଷା ମନ୍ତ୍ରୀ । ଘରେ ଘରଣୀଙ୍କୁ ରୋଷେଇରେ ସହଯୋଗ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ ନିଜେ ରୋଷେଇ କରୁଥିବା ଭିଡିଓକୁ ନିଜ ଟ୍ୱିଟର ଆକାଉଂଟରେ ସେୟାର କରି ଅନ୍ୟମାନେ ମଧ୍ୟ ଘରେ ସହଯୋଗ କରନ୍ତୁ ବୋଲି କହିଛନ୍ତି ।

ତେବେ ତାଲା ବନ୍ଦ ବେଳେ ଘରେ ରହି ପୁରୁଷମାନେ ପରିବାରର ମହିଳାଙ୍କ ଉପରେ ଚାପ ନ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ପରେ ମନ୍ତ୍ରୀ ସମୀର ଦାଶ ରୋଷେଇ ପାଇଁ ଆଗେଇ ଆସିଛନ୍ତି । ଏବଂ ଅନ୍ୟମାନେ ମଧ୍ୟ ଏହି କାମରେ ଆଗେଇ ଆସିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଗଣ ମନ୍ତ୍ରୀ ଫୁଲ କୋବି ଭାଜୁଥିବା ଭିଡିଓ ସାମ୍ନାକୁ ଆସିଛି ।

ଆଜି ସକାଳୁ ସକାଳୁ ନିମାପଡ଼ା ବାରବାଟୀଠାରେ ହୋଇଥିବା ପରିବା ଦୋକାନ ବୁଲି ସେଠାରେ ପରିବା କିଣିଥିବା ନଜରକୁ ଆସିଥିଲେ ମନ୍ତ୍ରୀ । ଆଉ ଘର ପାଇଁ ଫୁଲ କୋବି କିଣି ନେଇ ତାଙ୍କ ସ୍ତ୍ରୀଙ୍କୁ ରୋଷେଇରେ ସହଯୋଗ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର