ଜନ୍ମ ହେବାର ୨୮ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିଲା ନିଶ୍ୱାସ, ତା’ପରେ ବି ବଞ୍ଚିଲା ନବଜାତକ

ଲଣ୍ଡନ: ଇଂଲଣ୍ଡରରେ ଏକ ଚମତ୍କାର ଦେଖିବାକୁ ମିଳିଛି। ଜଣେ ଶିଶୁ ଜନ୍ମ ହେବାର ୨୮ ମିନିଟ୍‌ ପର୍ଯ୍ୟନ୍ତ ନିଶ୍ୱାସ ନ ନେଇ ପାରି ମଧ୍ୟ ଜୀବିତ ଥିବା କଥା ସଭିଙ୍କୁ ଚକିତ କରିଛି। ଡାକ୍ତରମାନେ ପ୍ରଥମେ ଦେଖିବା ପରେ ଶିଶୁ କନ୍ୟାଟିକୁ ବଞ୍ଚାଇବା ଜଟିଳ ପ୍ରକାଶ କରିଥିଲେ। ମାତ୍ର ପ୍ରାୟ ଅଧଘଣ୍ଟା ପରେ ଶିଶୁ କନ୍ୟାଟି ନିଶ୍ୱାସ ନେବାର ଦେଖିବାକୁ ମିଳିଥିଲା। ସେ ସ୍ୱାଭାବିକ ଥିବା ଡାକ୍ତର ଚିକିତ୍ସା କରି ଜଣାଇଥିଲେ। ଏବେ ଉକ୍ତ ଶିଶୁଟିକୁ ୧ ବର୍ଷ ବୟସ।

ବର୍ଷେ ତଳେ ଶିଶୁଟି ଜନ୍ମ ଲାଭ କରିବା ପରେ ନିଶ୍ୱାସ ନ ନେବାରୁ ଶିଶୁଟିର ବାପାମାଆ ନର୍ଥୁମ୍ବିୟା ସ୍ପେଶାଲିଷ୍ଟ୍‍ ଏମର୍ଜେନ୍ସି କେୟାର୍‌ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ଶିଶୁଟିକୁ ଦେଖିବା ପରେ ଡାକ୍ତର ତାଙ୍କ ବାପାମାଆଙ୍କୁ କହିଥିଲେ କି ନବଜାତକର ଅବସ୍ଥା ଜଟିଳ ଅଛି। ସେ ହୁଏତ ବଞ୍ଚିନପାରେ। ସବୁଦିନ ପାଇଁ ଶିଶୁଟିର ମତ୍ସିଷ୍କ ଅକାମୀ ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା ପ୍ରକଟ କରିଥିଲେ। ତା’ପରେ ଶିଶୁଟିକୁ କୁଲିଂ ସିଷ୍ଟମ୍‌ରେ ରଖା ଯାଇଥିଲା। ୨୮ ମିନିଟ୍‌ ପରେ ଶିଶୁଟି ନିଶ୍ୱାସ ନେଇପାରିଥିଲା। ଏବେ ଶିଶୁ କନ୍ୟାର ଜୀବନ ବିପଦ ବାହାରେ।

ସମ୍ବନ୍ଧିତ ଖବର