ସୌନ୍ଦର୍ଯ୍ୟ ବୃଦ୍ଧି ଓ ତ୍ବଚାର ଯତ୍ନ ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଲିବ୍ରିଟିମାନେ ନିଜସ୍ବ ବ୍ରାଣ୍ଡ୍ ଜରିଆରେ ପ୍ରସାଧାନ ବଜାରର ଆକାର ବୃଦ୍ଧି କରୁଛନ୍ତି। ଏ କ୍ଷେତ୍ରରେ ଏବେ ଯୋଡ଼ି ହୋଇଯାଇଛନ୍ତି ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ତଥା ଉଦ୍ୟୋଗୀ ମୀରା ରାଜପୁତ କପୁର। ନିକଟରେ ସେ ତାଙ୍କ ନିଜସ୍ବ ସ୍କିନ୍କେଆର୍ ବ୍ରାଣ୍ଡ୍ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ଏକାଇଣ୍ଡ୍’। ଏହି ବ୍ରାଣ୍ଡ୍ ଅଧୀନରେ ମୀରା ବିଭିନ୍ନ ପ୍ରକାର ଚର୍ମ ଓ ଚର୍ମର ଅବସ୍ଥାକୁ ଦୃଷ୍ଟିରେ ରଖି ଅଭିନବ ପ୍ରସାଧନ ପ୍ରସ୍ତୁତ କରିଥିବାର ଦାବି କରିଛନ୍ତି। ଈଶା ଅମ୍ବାନୀଙ୍କ ‘ଟିରା’ ମଞ୍ଚର ସହଭାଗିତାରେ ସେ ଏହି ବ୍ରାଣ୍ଡ୍ ଉନ୍ମୋଚନ କରିଛନ୍ତି। ପ୍ରରମ୍ଭିକ ଭାବେ ‘ଏକାଇଣ୍ଡ୍’ର ନଅଟି ପ୍ରସାଧନ ଉତ୍ପାଦ କ୍ରୟ ପାଇଁ ଉପଲବ୍ଧ ହୋଇଛି। ସନ୍ସ୍କ୍ରିନ୍ ପ୍ରାଇମର୍, ସନ୍ ଷ୍ଟିକ୍, ମଇସ୍ଚରାଇଜର୍, ଟୋନର୍, କ୍ଲିନ୍ଜର୍ ପ୍ରମୁଖ ଏଥିରେ ଅନ୍ତର୍ଭୁକ୍ତ। ଏଗୁଡ଼ିକର ଦାମ ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି। ବ୍ରାଣ୍ଡ୍ ପକ୍ଷରୁ ଦାବି କରାଯାଇଛି ଯେ ଏଗୁଡ଼ିକର ଉତ୍ପାଦନରେ କୌଣସି ପଶୁଜାତ ସାମଗ୍ରୀ ବ୍ୟବହାର କରାଯାଇନାହିଁ ଏବଂ ଏଗୁଡ଼ିକ ଚର୍ମ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷିତ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଦୀପିକା ପାଦୁକୋଣ, କ୍ୟାଟ୍ରିନା କୈଫ୍, ପ୍ରିୟଙ୍କା ଚୋପ୍ରା, କୃତି ସେନନ୍, ନୟନତାରା ପ୍ରମୁଖ ଅଭିନେତ୍ରୀ ନିଜ ନିଜ ପ୍ରସାଧନ ବ୍ରାଣ୍ଡ୍ ଉନ୍ମୋଚନ କରିସାରିଛନ୍ତି।
ମୀରାଙ୍କ ନୂଆ ପ୍ରସାଧନ ବ୍ରାଣ୍ଡ୍
/sambad/media/post_attachments/wp-content/uploads/2024/06/sfhhfhfsfh.jpg)