ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ୨୦୨୪ମସିହା ମିସ ୱାଲର୍ଡ ବ୍ୟୁଟି ପେଜେଣ୍ଟର ଆୟୋଜନ କରାଯାଇଥିଲା।

Advertisment

ପେଜେଣ୍ଟରେ ଭାଗ ନେବା ପାଇଁ ଭାରତ ଆସିଥିବା ବିଦେଶୀ ମ‌ଡେଲଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚ‌ା ଧରିଛି। ଏହି ମଡେଲଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିସ ଅଷ୍ଟ୍ରେଲିୟା ହୋଇସାରିଥିବା କ୍ରିଷ୍ଟିନା ରାଇଟ।

କ୍ରିଷ୍ଟିନା ରାଇଟ ମିସ ୱାଲର୍ଡ ପ୍ରତିଯୋଗିତାରେ ଭାରତୀୟ ଶାଢ଼ି ପିନ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଏହି ପ୍ରତିଯୋଗିତାରେ କ୍ରିଷ୍ଟିନା ଲୋକପ୍ରିୟ ଡିଜାଇନର ଅର୍ଚ୍ଚନା କୋଚରଙ୍କ ଦ୍ବାରା ପ୍ରସ୍ତୁତ ଫିକା ନୀଳ ରଙ୍ଗର ଶାଢ଼ି ଓ ହୀରାର ହାର ପିନ୍ଧି ରାମ୍ପ ୱାକ କରିଥିଲେ। ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବସିଥିବା ପ୍ରତିଟି ଦର୍ଶକଙ୍କ ମନକୁ ଖୁସି କରାଇ ଦେଇଥିଲା। ସମସ୍ତେ ତାଙ୍କର ଫଟୋ ଓ ଭିଡିଓ କରିବାରେ ବ୍ୟସ୍ତ ହୋଇଯାଇଥିଲେ।

କ୍ରିଷ୍ଟିନା ରାଇଟ ସିନା ମିସ ୱାଲର୍ଡ ମୁକୁଟ ଜିତି ପାରିଲେ ନାହିଁ କିନ୍ତୁ ବିଦେଶୀ ହୋଇ ଭାରତୀୟ ଶାଢ଼ି ପିନ୍ଧି ରାମ୍ପ ୱାକ କରି ଭାରତବାସୀଙ୍କୁ ଖୁସି କରାଇ ଦେଇଛନ୍ତି। ଫିକା ନୀଳ ରଙ୍ଗର ଶାଢ଼ି ପିନ୍ଧି କ୍ରିଷ୍ଟିନାଙ୍କ ରାମ୍ପ ୱାକର ଫଟୋ  ‌ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ବହୁ ମାତ୍ରାରେ ସେୟାର ବି କରୁଛନ୍ତି।