ମିସ ଗ୍ରାଣ୍ଡ୍ ଇଣ୍ଟରନାସନାଲ୍-୨୦୧୮ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜେତାଙ୍କ ନାମ ଘୋଷିତ ହେବାମାତ୍ରେ କ’ଣ ଘଟିଥିଲା?
ମିଆଁମାରରେ ଆୟୋଜିତ ମିସ ଗ୍ରାଣ୍ଡ୍ ଇଣ୍ଟରନାସନାଲ୍-୨୦୧୮ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜେତାଙ୍କ ନାମ ଘୋଷିତ ହେବା ମାତ୍ରେ ବିଜୟିନୀ କ୍ଲାରା ସୋସା ମଞ୍ଚ ଉପରେ ପଡିଯାଇଥିଲେ। ମଞ୍ଚରେ ସୋସାଙ୍କ ନାଆଁ ଘୋଷଣା ହେବାର କିଛି ସେକେଣ୍ଡ ପରେ ଏଭଳି ଘଟଣା ଘଟିଛି।
ଫିଲି ପିନୋ ଅଭିନେତା ଜିୟାନ୍ ଲିମ୍ ଯେମିତି ସୋସାଙ୍କ ନାଆଁ ଘୋଷଣା କଲେ,ସେମିତି ତାଙ୍କ ମୁଣ୍ଡ ବୁଲାଇ ଦେଲା ଓ ସେ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ସୋସା ଭାରତର ପ୍ରଥମ ରନର ଅପ୍ ମିନାକ୍ଷୀ ଚୌଧୁରୀଙ୍କ ହାତ ଧରିଥିଲେ,ମିନାକ୍ଷୀ ସୋସାଙ୍କୁ ଧରିବା ଲାଗି ଚେଷ୍ଟା କରିଥିଲେ,ମାତ୍ର ସେଥିରେ ସଫଳ ହୋଇନଥିଲେ।
ସେଠାରେ ଉପସ୍ଥିତ ଥିବା ଲୋକେ କ୍ଲାରା ସୋସାଙ୍କର ଏପରି ଆକସ୍ମିକ ତଳେ ପଡିବାଟାକୁ ଭଲ ନଜରରେ ଗ୍ରହଣ କରି ନଥିଲେ। ତେବେ କ୍ଲାରା ସୋସାଙ୍କ ସାଥୀ ତାଙ୍କ ପାଖକୁ ଯାଇ ତତ୍କ୍ଷଣାତ୍ ତଳୁ ଉଠାଇଥିଲେ,ତା’ପରେ ସେ ମୁହଁରେ ହସ ଫୁଟାଇ ପୁରସ୍କାର ଗ୍ରହଣ କରିଥିଲେ।
ଏହାପରେ କ୍ଲାରା ସୋସା ଏକ ସାକ୍ଷାତାକାରରେ କହିଥିଲେ ଯେ ସେ ଅସୁସ୍ଥ ଥିଲେ। ତାଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତାଙ୍କୁ ଲାଗୁଥିଲା ଯେମିତି ହୃଦଘାତର ଶିକାର ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜରିଆରେ ସାରା ବିଶ୍ୱରେ ଶାନ୍ତିର ସନ୍ଦେଶ ପହଞ୍ଚାଇବାର ଲକ୍ଷ୍ୟ ଥିଲା।