ଶୋଇଥିବା ଅବସ୍ଥାରେ ଯୁବକଙ୍କ ଠାରୁ ଫୋନ୍ ନେଇ ମାଙ୍କଡ଼ ନେଲା ସେଲଫି

ନୂଆଦିଲ୍ଲୀ: ମାଲେସିଆରେ ଜଣେ ବ୍ୟକ୍ତିଙ୍କ ଫୋନ୍ ହଜି ଯାଇଥିଲା। ତେବେ ଫୋନ୍ ହଜିବାର କିଛିଦିନ ପରେ ଉକ୍ତ ବ୍ୟକ୍ତିଜଣକ ଫୋନ୍ ପାଇ ଯାଇଥିଲେ। କିନ୍ତୁ ଫୋନରେ ମାଙ୍କଡ଼ ସେଲଫି ନେବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଯୁବକ ଜଣକ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଥିଲେ। ଯାହାକି ଭାଇରାଲ ହେବାରରେ ଲାଗିଛି।

ମାଲେସିଆର ୨୦ ବର୍ଷିୟ ଛାତ୍ର ଜାକ୍ରିଡ ରୋଡଜୀ କହିଛନ୍ତି, ସେ ଶୋଇବା ଥିବା ସମୟରେ ତାଙ୍କ ଫୋନ୍ କେଉଁଆଡେ ନିଖୋଜ ହୋଇଯାଇଥିଲା। ଯେତେବେଳେ ସେ ଫୋନ ଲଗାଇଥିଲେ, ତାଙ୍କ ଫୋନ୍ ରିଙ୍ଗ ହେଉଥିବା ସେ ଶୁଣିବାକୁ ପାଇଥି‌ଲେ। ଶନିବାର ନିଖୋଜ ହୋଇ ଯାଇଥିବା ଫୋନକୁ ‌ସେ ରବିବାର ସକାଳେ ଘର ପଛ ପଟେ ଥିବା ଏକ ଜଙ୍ଗଲରୁ ପାଇଥି‌ଲେ। ହଜି ଯାଇଥିବା ଫୋନକୁ ସେ ପାଇବା ପରେ ସେଥିରେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯେତେବେଳେ ରୋଡଜୀ ତାଙ୍କ ଫୋନ୍ ଦେଖିବା ଆରମ୍ଭ କରିଥିଲେ, ସେଥିରେ ମାଙ୍କଡ଼ମାନଙ୍କର ଅନେକ ଫଟୋ ଥିବା ସେ ଦେଖିବାକୁ ପାଇଥିଲେ। | ଏପରି କି ମାଙ୍କଡ଼ ଫୋନ୍ ଧରି ସେଲଫି ନେବାରେ ମଧ୍ୟ ଦେଖିବାକୁ ମିଳିଛି।

&


ଏହା ସହିତ ରୋଡଜୀଙ୍କ ଫୋନରେ ଅସ୍ପଷ୍ଟ ସେଲଫି, ପତ୍ର ଏବଂ ଗଛର ଅନେକ ଫଟୋ ଉଠିଥିବା ମଧ୍ୟ ଦେଖିବାକୁ ମିଳିଛି |ରୋଡଜୀ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି |

ଜାକ୍ରିଡ କହିଛନ୍ତି ଯେ ଶୋଇବା ସମୟରେ ଫୋନ୍ ତାଙ୍କ ସହିତ ଥିଲା | କିନ୍ତୁ ଶୋଇକି ଉଠିବା ପରେ ତାଙ୍କ ଫୋନ୍ କେଉଁଠି ବି ପାଇନଥିଲେ। ସେ ସନ୍ଦେହ କରୁଛନ୍ତି କି ବୋଧ ହୁଏ ଝରକା ପାଖରେ ଶୋଇଥିବା ବେଳେ ମାଙ୍କଡ଼ ତାର ଖାଦ୍ୟ ସାମଗ୍ରୀ ଭାବି ଫୋନକୁ ଉଠାଇ ନେଇଥିଲା।

 

ସମ୍ବନ୍ଧିତ ଖବର