କେତେ ତୀକ୍ଷ୍ମ ଆପଣଙ୍କ ନଜର! ଫଟୋ ଏକ, ତ୍ରୁଟି ଅନେକ; ଏହି ଫଟୋରେ ଥିବା ଭୁଲ୍‌ଗୁଡ଼ିକୁ ଆପଣ ଦେଖିପାରୁଛନ୍ତି କି?

ଉପରେ ଦିଆଯାଇଥିବା ଫଟୋଟିକୁ ଦେଖୁଛନ୍ତି ତ? ଏହି ଫଟୋ ଜରିଆରେ କରାଯିବ ଆପଣଙ୍କ ବୁଦ୍ଧି ପରୀକ୍ଷା। ଫଟୋଟି କେବଳ ମନୋରଞ୍ଜନ ଧର୍ମୀ ନୁହେଁ, ଏହାକୁ ନିରିଖେଇ ଦେଖିଲେ ଏଥିରେ ଥିବା କେତୋଟି ତ୍ରୁଟିକୁ ଆପଣ ଧରିପାରିବେ ନିଶ୍ଚୟ। ଆପଣ ମନଇଚ୍ଛା ସମୟ ନିଅନ୍ତୁ ଓ ଫଟେଟିକୁ ଦେଖି ସେଥିରେ ଥିବା ଭୁଲ୍‌ କାଢ଼ି ଆପଣଙ୍କ ଆଇକିୟୁ ଟେଷ୍ଟ୍‍ ନିଜେ ନିଜେ ହିଁ କରନ୍ତୁ। ଯଦି ତ୍ରୁଟି ପାଇବାରେ ଅସମର୍ଥ ହେଉଛନ୍ତି ତେବେ ନିମ୍ନରେ କରାଯାଇଥିବା ବର୍ଣ୍ଣନାର ସହାୟତା ନିଅନ୍ତୁ।

: ଗୋଟିଏ ସମୟରେ ଗଛର ଡାଳଗୁଡ଼ିକ ଗୋଟାଏ ପଟେ ଥିବା ସମୟରେ ସେହି ସମୟରେ ଧୁଆଁ ତା’ର ବିପରୀତ ଦିଗରେ ଯାଉଛି। ଲାଗୁଛି ଯେପରି ପବନ ଏକା ସମୟରେ ଦୁଇଟି ଦିଗରୁ ବହୁଛି।

: ସବୁଠାରୁ ଲମ୍ବା ଗଛକୁ ଦେଖନ୍ତୁ। ଦେଖନ୍ତୁ ଯେ ଗଛର ସବୁ ଡାଳ ଗୋଟାଏ ପ୍ରକାରର ହୋଇଥିବା ବେଳେ ଗୋଟିଏ ଡାଳ ଭିନ୍ନ ଦିଶୁଛି।

speakingtree.in

: ଆଗରେ ଲାଗିଥିବା ଗେଟ୍‌ର ଛାଇ ବଙ୍କା ପଡ଼ିଛି, ଯଦିଓ ଗେଟ୍‌ଟି ସିଧା।

: ଗେଟ୍‌ଟିରେ ୫ଟି ବାଡ଼ି ଥିବା ବେଳେ ଛାଇରେ ମାତ୍ର ୪ଟି ଦିଶୁଛି।

: ଗେଟ୍‌ଟିକୁ ଖୋଲିବା ପାଇଁ ସେଥିରେ ଖିଡିକି କିମ୍ବା ଜଞ୍ଜିର କିଛି ନାହିଁ।

: କେତେକ ଜିନିଷ ରହିଛି ଯାହାର ଛାଇ ଦେଖିବାକୁ ମିଳୁନାହିଁ।

ସମ୍ବନ୍ଧିତ ଖବର