ଆଜ୍‌ମା ଏକ ଦୀର୍ଘକାଳୀନ ଶ୍ୱାସକ୍ରିୟା ଅବସ୍ଥା ଯାହା ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି କରି ତାହାକୁ ସଂକୁଚିତ କରିଦେଇଥାଏ, ଯଦ୍ଦ୍ବାରା କାଶ ଓ ଶ୍ୱାସକ୍ରିୟାରେ କଷ୍ଟ ଭଳି ଲକ୍ଷଣ ଦେଖାଯାଏ। ଔଷଧ ଦ୍ୱାରା ଏହାର ପରିଚାଳନା ସମ୍ଭବ। ଭାରତରେ ୩୪ ନିୟୁତରୁ ଅଧିକ ଲୋକ ଆଜ୍‌ମାରେ ପୀଡ଼ିତ। ତେବେ ବିଭିନ୍ନ ମିଥ୍ୟା ଓ ଭୁଲ୍‌ ଧାରଣା ସମୟୋଚିତ ରୋଗ ନିରୂପଣ ଓ ଚିକିତ୍ସାରେ ବାଧା ସୃଷ୍ଟି କରେ। ଆଜ୍‌ମା ବାବଦରେ ରହିଥିବା ସେଭଳି କିଛି ଭ୍ରାନ୍ତି ବିଷୟରେ ଜାଣିବା।  

Advertisment

 ଆଜ୍‌ମା କେବଳ ଛୋଟ ପିଲାଙ୍କୁ ହୁଏ ବୋଲି ରହିଥିବା ଧାରଣା ଭୁଲ୍‌। ଏହା ଯେକୌଣସି ବୟସରେ ବିକଶିତ ହୋଇପାରେ। 
 ଆଜ୍‌ମା ନିବାରକ ଇନ୍‌ହେଲରଗୁଡ଼ିକ କ୍ଷତିକାରକ କିମ୍ବା ନିଶା ସୃଷ୍ଟିକାରୀ ବୋଲି ରହିଥିବା ଧାରଣାକୁ ବିଶେଷଜ୍ଞ ଡାକ୍ତରମାନେ ଭୁଲ୍‌ ବୋଲି କହନ୍ତି। 
 ଏହା ଏକ ମାନସିକ ଅବସ୍ଥା ବୋଲି ଭାବିବା ମଧ୍ୟ ଠିକ୍‌ ନୁହେଁ। ଏହା ଫୁସ୍‌ଫୁସ୍‌ର ଏକ ଦୀର୍ଘକାଳୀନ ପ୍ରଦାହ ରୋଗ। 
 ଆଜ୍‌ମା ପୀଡ଼ିତମାନେ ଶାରୀରିକ କାର୍ଯ୍ୟକଳାପ କରିବା ଅନୁଚିତ ବୋଲି ରହିଥିବା ଧାରଣା ମଧ୍ୟ ଭୁଲ୍‌। ଆଜ୍‌ମା ପରିଚାଳନା ଯୋଜନା ଅନୁଯାୟୀ ବ୍ୟାୟାମ କରିବା ଲାଭଦାୟକ। ଫୁଟ୍‌ବଲ୍ ଖେଳାଳି ଡେଭିଡ୍ ବେକହାମ୍ ଆଜ୍‌ମା ପୀଡ଼ିତ ହୋଇ ବି କ୍ରୀଡ଼ାକ୍ଷେତ୍ରରେ ବେଶ୍ ସଫଳ ହୋଇଥିଲେ। 
 ଆଜ୍‌ମା ସଂକ୍ରାମକ ରୋଗ ବୋଲି ଭାବିବା ଠିକ୍‌ ନୁହେଁ। ଏହା ବ୍ୟକ୍ତିଠାରୁ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ।