ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଅବିକଳ ଦେଖାଉଥିବା ଜଣେ ବ୍ୟକ୍ତି ନୃତ୍ୟ କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୫ଲକ୍ଷ ୮ହଜାରରୁ ଅଧିକ ଲାଇକ ମିଳିସାରିଥିଲା।
ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସୋସିଆଲ ମିଡିଆରେ କିଛିଦିନ ପୂର୍ବରୁ ଅଭିନେତା ଅଜୟ ଦେବଗନଙ୍କ ଅବିକଳଙ୍କୁ ଦେଖିବାକୁ ମିଳିଥିଲା। ଏହି କ୍ରମରେ ମିଥୁନ ଦାଦାଙ୍କ ଭଳି ଅବିକଳଙ୍କୁ ଦେଖି ମଜା ଆସିଗଲା।
ଭିଡିଓରେ ଦେଖିବାକୁ ମିଳୁଛି ବାମପାର୍ଶ୍ବରେ ଟ୍ରେନ ଯାଉଥିବା ବେଳେ ମୁଣ୍ଡରେ ଟୋପି, ଜ୍ୟାକେଟ, ଧଳା ସାର୍ଟ ଓ କଳା ପେଣ୍ଟ ପିନ୍ଧି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତି ନୃତ୍ୟ କରୁଛନ୍ତି। ଏହି ବ୍ୟକ୍ତିଙ୍କୁ ଦେଖି ଟ୍ରେନରେ ଯାତ୍ରା କରୁଥିବା ଲୋକେ ମିଥୁନଙ୍କ କୌଣସି ସିନେମା ସୁଟିଂ ହେଉଛି ବୋଲି ଭାବିଥିଲେ। କିନ୍ତୁ ପରେ ସ୍ପଷ୍ଟ ହେଲା ଯେ ଏହି ବ୍ୟକ୍ତି ଜଣକ ମିଥୁନଙ୍କ ଅବିକଳ। ଏହି ଭିଡିଓକୁ ମିଥୁନ୨୫୮୧୧୮୭୭ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି।
View this post on Instagram