କ୍ୟାନସର ରୋଗର ସଚେତନତା ଲାଗି ଦେଶର କୋଣ ଅନୁକୋଣରେ ଘୁରି ବୁଲୁଛି ମୋବାଇଲ୍ କ୍ଲିନିକ୍!
କ୍ୟାନସର ରୋଗୀଙ୍କ ପାଇଁ ସାଜିଛି ଦେବଦୂତ, ଲୋକମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକିତ୍ସା ପାଇଁ ଦେଉଛି ଆବଶ୍ୟକୀୟ ପରାମର୍ଶ
ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଆଉ ଏହି ମାରାତ୍ମକ ରୋଗ ମଧ୍ୟ ସାଂଘାତିକ ରୂପ ଧାରଣ କରୁଛି । ଏହି ରୋଗ ପାଇଁ ଏବେ ସଚେତନ କରୁଛି ମୋବାଇଲ୍ କ୍ଲିନିକ୍ । ଏହି ମୋବାଇଲ କ୍ଲିନିକ୍ ଦେଶର କୋଣ ଅନୁକୋଣରେ ଘୁରି ବୁଲୁଛି । ଆଉ ଏହାର ଉଦ୍ଦେଶ୍ୟ ରହିଛି, କ୍ୟାନସର ରୋଗୀଙ୍କୁ ଖୋଜିବା ସହ ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ପରାମର୍ଶ ଦେବା । ଆଉ ଏହି ମୋବାଇଲ କ୍ଲିନିକ୍ ଗରିବ ଲୋକମାନଙ୍କ ପାଇଁ ଦେବାଳୟ ପାଲଟିଥିବା ଏବେ ଚର୍ଚ୍ଚା ହେଉଛି । ଆଉ ସବୁଠାରୁ ବଡ କଥା ହେଉଛି, ୨୨ଟି ରାଜ୍ୟ ବୁଲି ସାରିଥିବା ଏହି ମୋବାଇଲ କ୍ଲିନିକ୍ ଜରିଆରେ ୧ ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୬ ହଜାର କ୍ୟାନସର ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସାରା ଦେଶରେ ଏହି ମୋବାଇଲ କ୍ଲିନିକ୍ ଏକ ଅନନ୍ୟ ଉଦାହରଣ ପାଲଟିଛି । ଲୋକମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ କ୍ୟାନସର ପାଇଁ ସଚେତନ କରାଉଛି ଏହି କ୍ଲିନିକ୍ । ତେବେ ଏହି ମୋବାଇଲ କ୍ଲିନିକର ପ୍ରଭାରୀ ଆନନ୍ଦ କୁମାର ସିଂହ କହିଛନ୍ତି, କ୍ୟାନସର ନିଜ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୋଇଗଲେ, ଏହାର ନିରାକରଣ ଅତ୍ୟନ୍ତ ସହଜ ହୋଇଥାଏ । କିନ୍ତୁ ବିଳମ୍ବ ହୋଇଗଲେ ଏହି ରୋଗ ମାରତ୍ମକ ହୋଇଯାଇଥାଏ । ତେବେ ଏହି ମୋବାଇଲ କ୍ଲିନିକର ଲକ୍ଷ୍ୟ ହେଉଛି, ଲୋକମାନଙ୍କ ମଧ୍ୟରେ କ୍ୟାନସର ରୋଗ ପ୍ରତି ସଚେତନ ସୃଷ୍ଟି କରିବା ।