ନୂଆଦିଲ୍ଲୀ: ହଠାତ୍ ରାତାରାତି ବଦଳିଗଲା ମୋବାଇଲର ଇଣ୍ଟରଫେସ୍ । ମୋବାଇଲ ଖୋଲିଲା ବେଳକୁ କିପ୍ୟାଡର ଡିଜାଇନ୍ ବଦଳିଯାଇଥିଲା । ରାତିରେ ଠିକ୍ ଥିଲା ହେଲେ ସକାଳ ହେଲା ବେଳକୁ ଫୋନର ଇନଟରଫେସ୍ ବଦଳିଯାଇଥିଲା । ହେଲେ ଏ ପରିବର୍ତ୍ତନ କିଏ କଲା ? ନା ମୋବାଇଲ ସ୍କ୍ରିନର ଡାଏଲ ଡିଜାଇନ ବଦଳିବାକୁ କିଛି ମେସେଜ୍ ଆସିଥିଲା ନା କିଛି ଅନୁମତି ବି ମାଗିଥିଲା । ମନକୁ ମନ ପୂରା ମୋବାଇଲ ସ୍କ୍ରିନର ମୁଖମଣ୍ଡଳ ବଦଳିଗଲା । ଯାହାକୁ ଫୋନ୍ କରିବା ବେଳକୁ ଟିକେ ମୋବାଇଲ ସ୍କ୍ରିନଟା ଅଲଗା ଅଲଗା ଲାଗୁଥିଲା…

Advertisment

ଗତ ଗୁରୁବାର ଠାରୁ ଆଜି ଯାଏଁ ବିଭିନ୍ନ ଆଣ୍ଡ୍ରୋଏଡ ଫୋନର କଲିଂ ସ୍କ୍ରିନ୍ ପରିବର୍ତ୍ତନ ହୋଇଯାଇଛି । ମୋବାଇଲ ବ୍ୟବହାରକାରୀ ହଠାତ୍ ଏ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ଯ ହୋଇଥିବା ବେଳେ ଏହାର କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି ଏବଂ ଏହି ହଠାତ୍ ପରିବର୍ତ୍ତନକୁ ନେଇ ମଧ୍ଯ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି କଲିଂ ସ୍କ୍ରିନର ପରିବର୍ତ୍ତନ କିଛି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ପ୍ରକୃତରେ ଏହି ପରିବର୍ତ୍ତନ ଗୁଗୁଲ୍ ଫୋନ୍ ଆପର ନୂତନ ଅପଡେଟ୍ ଯୋଗୁଁ ହୋଇଛି । ଯେଉଁଥିରେ ଇଣ୍ଟରଫେସ୍ ଏବଂ ଫିଚର୍ ଅପଗ୍ରେଡ୍ କରାଯାଇଛି । ଏହି ପରିବର୍ତ୍ତନ ଗୁଗୁଲର ମେଟେରିଆଲ-୩ ଏକ୍ସପ୍ରେସିଭ ରିଡିଜାଇନଡର ଏକ ଅଂଶ ଯାହା ଆଣ୍ଡ୍ରୋଏଡ ୧୬ ସହ ଉପସ୍ଥାପନ କରାଯାଇଛି । 

କଣ କଣ ବଦଳିଛି ?

-ମୋବାଇଲର କଲ୍ ସ୍କ୍ରିନରେ ଅନେକ କିଛି ବଦଳିଥିବା ଦେଖିବାକୁ ମିଳିଛି । ଗୁଗୁଲ ଫୋନ ଆପରେ କଲ୍ ସ୍କ୍ରିନକୁ ରିଡିଜାଇନ କରାଯାଇଛି

-କଲ୍ ସ୍କ୍ରିନର ଉପର ଭାଗରେ ଏକ ବାରରେ ସର୍ଚ୍ଚ କନଟାକ୍ଟ, ଭଏସ ଅପସନ ଏବଂ ଅର୍ଥାତ ନେଭିଗେସନ ଡ୍ରୟାରରେ ବାମ ପଟ କୋଣରେ କନଟାକ୍ଟ, ସେଟିଙ୍ଗ, କଲ ହିଷ୍ଟ୍ରି ଏବଂ ହେଲ୍ପ୦ ଫିଡବ୍ୟାକ ରଖାଯାଇଛି 

-ସ୍କ୍ରିନର ତଳ ଭାଗରେ ହୋମ୍ ବଟମ ସହ କିପ୍ୟାଡ୍ ବି ରଖାଯାଇଛି । ନମ୍ବର ପ୍ୟାଡ ମଝିରେ ଏବେ ରହୁଥିବା ବେଳେ ସବୁ ନମ୍ବର ଗୋଲାକାର ଭିତରେ ରହୁଛି 

-ଭିୟୁ କଣ୍ଟାକ୍ଟକୁ ଡାହାଣ ପଡେ ଉପରେ ସ୍ଥାନ ଦିଆଯାଇଥିବା ବେଳେ ଫେଭରାଇଟ ତଳେ ଆଡ୍ କନଟାକ୍ଟର ଅପସନ ରହିଛି

-ସେହିପରି ଏବେ ସବୁ କଲକୁ ଅଲଗା କରାଯାଇଛି । ଅଲ୍ କଲ୍, ମିସଡ କଲ୍, କନଟାକ୍ଟ, ସ୍ପାମ୍, ନନ-ସ୍ପାମ୍କୁ ଅଲଗା କରାଯାଇଛି ।

-ସବୁଠାରୁ ବଡ କଥା ହେଉଛି କଲ୍ କଲା ବେଳେ ଯାହାଙ୍କୁ ଆମେ କଲ୍ କରୁଛେ ତାଙ୍କ ଫଟୋ କିମ୍ବା ତାଙ୍କ ନାମର ପ୍ରଥମ ଅକ୍ଷର ଗୋଟିଏ ଗୋଲାକାର କୁଞ୍ଚିତ ଶୈଳୀରେ ଦୃଶ୍ୟମାନ ହେଉଛି ।

-ଏଥିସହ ଫୋନ୍ ଆସିବା ବେଳେ ଡିକ୍ଲାଇ ଏବଂ ଆନସରର ଅପ୍ସନ ରହୁଛି ଏବଂ ଉପରେ ମେସେଜ୍ କରିବାର ବିକଳ୍ପ ବି ଦେଖାଉଛି 

-ଅନ୍ୟପଟେ କଲ୍ କାଟିବା ପାଇଁ ଏଣ୍ଡ କଲ୍ ବଟନକୁ ବଡ ଆକାର ଦିଆଯାଇଛି । ନାଲି ରଙ୍ଗରେ ଏହା ସବୁଠାରୁ ବଡ଼ ଦେଖାଯାଉଛି 

କାହିଁକି ବଦଳିଲା ଡାଏଲ ଡିଜାଇନ୍

ଗୁଗୁଲର କହିବା କଥା ଏହି ଡିଜାଇନର ପରିବର୍ତ୍ତନ ଏକ ଗବେଷଣା ପରେ ହୋଇଛି । କମ୍ପାନୀ ୧୮ ହଜାରରୁ ଅଧିକ ଫୋନ୍ ବ୍ୟବହାରକାରୀଙ୍କୁ ନେଇ ଏହି ଗବେଷଣା କରିଥିବା ବେଳେ ଅନେକ ଲୋକ ଫୋନ୍ ରିସିଭ କରିବାରେ ସମସ୍ୟା ଭୋଗୁଛନ୍ତି । କେବେକେବେ ଫୋନ୍ ଆସିଲେ ପକେଟରୁ ଫୋନ ବାହାର କରିବା ବେଳେ ସ୍ବାଇପ ବଟନ ପାଇଁ ରିସିଭ ହୋଇଯାଉଥିବା ଦେଖିବାକୁ ମିଳିଥିବା ବେଳେ କେବେକେବେ ପକେଟରେ ରହି ବି ଆପେଆପେ ଫୋନ ଅନ୍ୟ ପାଖକୁ ଲାଗିଯାଏ । ଯାହା ଏହି ପରିବର୍ତ୍ତନ କରିବା ପରେ ସମସ୍ୟା ଏତେ ହେବନି ବୋଲି ଆଶା କରାଯାଉଛି । ଏହି ପରିବର୍ତ୍ତନ କିଛି ୟୁଜର୍ସଙ୍କୁ ଖୁସି ଦେଇଥିବା ବେଳେ ଅନେକ ଲୋକ ସମସ୍ୟାରେ ପଡୁଥିବା ଦେଖିବାକୁ ମିଳିଛି ।